fbpx

#SaveTushar ଜୀବନ ପାଇଁ ସଂଘର୍ଷ କରୁଛି ତୁଷାର; ୭୨ ପ୍ରତିଶତ ଫୁସଫୁସ ଖରାପ, ଚିକିତ୍ସାରେ ଖର୍ଚ୍ଚ ହେବ ୭-୧୦ ଲକ୍ଷ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବୟସ ମାତ୍ର୧୩ ବର୍ଷ, ମାତ୍ର ଏଭଳି କୋମଳମତି ବୟସରେ ହସ୍ପିଟାଲ ବେଡରେ ଜୀବନ ପାଇଁ ସଂଘର୍ଷ କରୁଛି ତୁଷାର ରଞ୍ଜନ ସା । ଘେଁସ ଶିଶୁମନ୍ଦିରରେ ୮ମ ଶ୍ରେଣୀ ରେ ପାଠ ପଢୁଥବା ତୁଷାର ରଞ୍ଜନଙ୍କ ପିତା ଜଣେ ପିଇଟି ଶିକ୍ଷକ । ପିତା ଗିରିଶ ଚନ୍ଦ୍ର ସାଙ୍କ ସେ ହେଉଛନ୍ତି ଏକ ମାତ୍ର ପୁଅ । ଘର ବରଗଡ଼ ଜିଲ୍ଲାର ବିଜେପୁର ଅନ୍ତର୍ଗତ ଯୋଖିପାଲୀ ଗ୍ରାମରେ । ପରିବାରେ ସବୁକିଛି ଠିକ ଚାଲି ଥିଲା । ଆଉ ବାପାଙ୍କ ସହ ନିତି ସ୍କୁଲ ଯା ଆସ କରୁଥିଲେ ତୁଷାର ।

ଖେଳକୁଦ ସାଙ୍ଗକୁ ସ୍କୁଲରେ ଭଲ ପାଠବି ପଢୁଥିଲୋ ହସ ଖୁସିରେ ସବୁ ଠିକ୍ ଚାଲିଥିଲା । କିନ୍ତୁ ହଠାତ୍ ତାଙ୍କୁ ଗତ ୨ ତାରିଖ ଦିନ ଜ୍ୱର ହୋଇଥିଲା ଦେଖୁ ଦେଖୁ ତିନିଦିନ ଭିତରେ ସ୍ୱାସ୍ଥ୍ୟରେ ସୁଧାର ଆସିବା ବଦଳରେ ଆହୁରି ବିଗିଡିବାରେ ଲାଗିଥିଲା । ଆଉ ଗୁରୁତର ହୋଇପଡ଼ିଲେ ତୁଷାର । ୫ ତାରିଖ ଦିନ ତାଙ୍କୁ ବୁର୍ଲା ମେଡ଼ିକାଲରେ ଭର୍ତି କରାଗଲା । ଆଉ ସେଠୁ ଜଣା ପଡ଼ିଥିଲା ତୁଷାରଙ୍କ ଅକ୍ସିଜେନ ଲେବଲ ୮୦ କୁ ଖସି ଆସିଛି । ଯାହା ସମସ୍ତଙ୍କର ଚିନ୍ତା ବଢାଇ ଦେଲା । ସାଧାରଣ ଜ୍ୱରରେ ଓକ୍ସିଜେନ ସ୍ତର ଏତେ ତଳକୁ ଖସିଯିବ ଏବଂ ତୁଷାର ଗୁରୁତର ହୋଇଯିବେ କେହି ଭାବିନଥିଲୋ ବୁର୍ଲା ମେଡ଼ିକାଲରେ ଚିକିତ୍ସାର ବିଶେଷ ସୁବିଧା ନମିଳିବାରୁ ତାଙ୍କୁ ୬ ତାରିଖ ଦିନ କଟକ ବଡ଼ ମେଡ଼ିକାଲକୁ ରେଫର କରାଗଲ।। କିନ୍ତୁ କଟକ ବଡ଼ମେଡ଼ିକାଲରେ ଆଇସିୟୁ ଓ ଭେଣ୍ଟିଲେଟର ସୁବିଧା ନପାଇବାରୁୂ ସଂଗେ ସଂଗେ ଭୁବନେଶ୍ୱର ସ୍ଥିତ ଉକ୍ରଳ ହସ୍ପିଟାଲକୁ ସ୍ଥାନାନ୍ତର କରାଗଲା ।
ସିଟି ସ୍କାନର ରିପୋର୍ଟ ଅନୁସାରେ ତୁଷାରଙ୍କ ୭୨ ପ୍ରତିଶତ ଫୁସଫୁସ ନଷ୍ଟ ହୋଇଯାଇଛି । ଆଉ ଫୁସଫୁସ ଏଭଳି ନଷ୍ଟ ହୋଇଯାଇଥିବା ଦେଖି , ଡ଼ାକ୍ତରଙ୍କଠୁ ଆରମ୍ଭ କରି ପରିବାରର ସମସ୍ତେ ପ୍ରଥମେ ଆଶଂକା କରିଥିଲେ ଯେ ତୁଷାର କରୋନାରେ ଆକ୍ରାନ୍ତ ହୋଇଛନ୍ତି । କିନ୍ତୁ କୋଭିଡ଼ ରିପୋର୍ଟ ନେଗେଟିଭ ଆସିଲା ପରେ , ସମସ୍ତେ ଆଶ୍ଚର୍ଯ୍ୟ । ତୁଷାର କରୋନାରେ ଆକ୍ରାନ୍ତ ନହୋଇ ୭୨ ପ୍ରତିଶତ ଫୁସଫୁସ କେମିତି ନଷ୍ଟ ହେଲା ସଭିଙ୍କ ମନରେ ଏବେ ସେହି ପ୍ରଶ୍ନ । ଏହା ପରେ ବିଭିନ୍ନ ଟେଷ୍ଟରୁ ଜଣା ପଡ଼ିଥିଲା ଯେ ଗୋଟିଏ ବିଷାକ୍ତ ପୋକ କାମୁଡ଼ିବାରୁ ତୁଷାର ଆଜି ଏମିତି ଅବସ୍ଥାରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ଡ଼ାକ୍ତରଙ୍କ କହିବା ଅନୁସ।।ରେ ଗାଈ ଗୋରୁ ଦେହରେ ଲାଗି ରହୁଥିବା ଟିଙ୍କ ସଦୃଶ ଏକ ବିଷାକ୍ତ ପୋକ କାମୁଡ଼ିଥିବାର  ତୁଷାରଙ୍କ ଶରୀରର ରକ୍ତ ବିଷାକ୍ତ ହେବା ସହ ଫୁସଫୁସର ୭୨ ପ୍ରତିଶତ ନଷ୍ଟ ହୋଇଯାଇଛି ।

ତୁଷାରଙ୍କୁ ପ୍ରତି ସେକେଣ୍ଡରେ ଅକ୍ସିଜେନ ସ୍ତର ମାତ୍ରା ବଢାଇବାକୁ ଚେଷ୍ଟା ଜାରି ରଖିଛନ୍ତି ଡ଼ାକ୍ତର । କିନ୍ତୁ ଏପଟେ ଡ଼ାକ୍ତର କହୁଛନ୍ତି ସ୍ଥିତି ବିଗୁଡ଼ିଥିବାରୁ ଅତ୍ୟାଧୁନିକ ଚିକ୍ରିସା ପାଇଁ ୭ ରୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ଆଉ ଆଗାମୀ ତିନି ଚାରି ଦିନ ତୁଷାରଙ୍କ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ । ସେପଟେ ତୁଷାରଙ୍କ ବାପା ମାତ୍ର ୪ ଦିନରେ ପୁଅର ଚିକିତ୍ସାରେ ଦେଢରୁ ଦୁଇ ଲକ୍ଷ ଟଙ୍କା ଖର୍ଚ କରିସାରିଲେଣି, ଆଉ ଏତେ ଟଙ୍କା ଯୋଗାଡ କରିବା ତାଙ୍କ ପକ୍ଷେ କଷ୍ଟକର । ପୁଅକୁ ବଞ୍ଚାଇବା ପାଇଁ ବାପା ସରକାରଙ୍କ ଠାରୁ ଆରମ୍ଭ କରି ବନ୍ଧୁବାନ୍ଧବ ସମସ୍ତଙ୍କୁ ଗୁହାରି କରି ସାରିଛନ୍ତି । ହେଲେ ଏତେ ଟଙ୍କା ଯୋଗାଡ଼ ହୋଇପାରୁନାହିଁ । ଶେଷରେ ଅସହାୟ ବାପା ନିଜ ପୁଅର ଜୀବନକୁ ବଞ୍ଚାଇବା ପାଇଁ ଓଡ଼ିଶାବାସୀଙ୍କୁ ଆକୁଳ ନିବେଦନ କରିଛନ୍ତି । ଦୁନିଆର ଆଲକକୁ ଭଲଭାବେ ଦେଖିନଥିବା ନିରୀହ କୋମଳମତି ଶିଶୁଟିର ଜିବନଦୀପକୁ ଲିଭିବାକୁ ନଦେଇ ତାକୁ ସହଜୋଗର ହାତ ବଢେଇବାକୁ ଅନୁରୋଧ । ଆମ ମାନଙ୍କର ଏକଟଙ୍କାର ମୂଲ୍ୟ ବି ଏବେ ତା ଜୀବନ ସହ ଜଡିତ । ଦୁନିଆ ଦେଖିବା ଆଗରୁ ଲିଭିନଯାଉ ତୁଷାରଙ୍କ ଜୀବନ ଦୀପ । ସବୁଦିନ ପାଇଁ ଗୋଟିଏ ବାପା ଯେମିତି ନହରାଇ ଦେଉ ତା ପୁଅକୁ । ଯଦି କୌଣସି ସହୃଦୟବ୍ୟକ୍ତି ତାଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି ତାଙ୍କୁ ଫୋନ ପେ , ଗୁଗୁଲ ପେ , ସିଧାସଳଖ ଆକାଉଣ୍ଟ ଡ଼ିପୋଜିଟ ଅଥବା କ୍ରାଉଡ଼ଫଣ୍ଡିଙ୍ଗ ସାଇଟ ମିଲାପ ମାଧ୍ୟମରେ ଅର୍ଥରାଶି ପଠାଇପାରିବେ

ଏହି ଲିଙ୍କରେ କ୍ଲିକ କରି ମିଲାପ ମାଧ୍ୟମରେ ମଧ୍ୟ ଆପଣ ସିଧାସଳଖ ସହାୟତା କରିପାରିବେ ।

 

 

Get real time updates directly on you device, subscribe now.