fbpx

ଆଖି ବୁଜିଲେ ଟିଭି ଅଭିନେତା ବିକାଶ ସେଠୀ: ହୃଦଘାତ ଯୋଗୁଁ ଦେହାନ୍ତ

ମୁମ୍ବାଇ: ଟେଲିଭିଜନ୍ ଦୁନିଆର ଲୋକପ୍ରିୟ ଅଭିନେତା ବିକାଶ ସେଠୀ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅଭିନେତାଙ୍କ ମୃତ୍ୟୁ ଖବର ସମ୍ପର୍କରେ ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି । ହୃଦଘାତ ଜନିତ ସମସ୍ୟା ଯୋଗୁଁ ବିକାଶଙ୍କ ଦେହାନ୍ତ ହୋଇଥିବା କହିଛନ୍ତି ପରିବାର ଲୋକେ । ମାତ୍ର ୪୮ ବର୍ଷ ବୟସରେ ଆରପାରିକୁ ଚାଲି ଯାଇଛନ୍ତି ଅଭିନେତା ବିକାଶ । ତାଙ୍କ ମୃତ୍ୟୁରେ ସମଗ୍ର ଟିଭି ଦୁନିଆରେ ଶୋକର ଛାୟା ଖେଳିଯାଇଛି ।

ଅନେକ ଟେଲିଭିଜନ୍ ଦାରାବାହିକରେ ଅଭିନୟ କରିଥିବା ବିକାଶ ‘କ୍ୟୋଁ କି ସାସ୍ ଭି କଭି ବହୂ ଥି’ ଧାରାବାହିକରେ ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି । ୨୦୨୧ରେ ବିକାଶ ସେଠୀ ନିଜ ଗୋଡ଼ର ସର୍ଜରୀ କରାଇଥିବା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଜରିଆରେ ଜଣାଇଥିଲେ । ୨୦୨୧ ଜୁନରେ ବିକାଶଙ୍କ ପତ୍ନୀ ଜାହ୍ନବୀ ସେଠୀ ଦୁଇ ଯାଆଁଳା ଶିଶୁପୁତ୍ରଙ୍କୁ ଜନ୍ମ ଦେଇଥିଲେ । ଟେଲିଭିଜନ୍ ଦୁନିଆରେ ଏକାଧିକ ଧାରାବାହିକରେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି ବିକାଶ । ‘ଦିଲ୍ ନା ଜାନେ କ୍ୟୋଁ’, ‘କହିଁ ତୋ ହୋଗା’, ‘କ୍ୟୋଁ କି ସାସ୍ ଭି କଭି ବହୂ ଥି’ ଇତ୍ୟାଦି ଧାରା ବାହିକରେ ସେ ଦମଦାର ଅଭିନୟ କରିଛନ୍ତି । ଏହାସହିତ ‘କ୍ୟୋଁ ହୋତା ହେ ପ୍ୟାର’, ଗୁସ୍ତାଖ ଦିଲ୍’, ଉତରନ୍’, ଗୀତ୍ ହୁଇ ସବସେ ପରାଇ’, ‘ଦୋ ଦିଲ୍ ବନେ୍ଧ ଏକ ଡୋରୀ ସେ’, ‘ଶଶୁରାଲ ସିମର କା’ ଆଦି ଲୋକପ୍ରିୟ ସିରିଏଲରେ ମଧ୍ୟ ଅଭିନୟରେ ଲୋକଙ୍କ ପ୍ରଶଂସା ସାଉଁଟିଛନ୍ତି ।

 

View this post on Instagram

 

A post shared by Vikas Sethi (@vikass.sethi)

Get real time updates directly on you device, subscribe now.