fbpx

ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ

ନୂଆଦିଲ୍ଲୀ, ୨୬ା୩: ଦେଶର ବିଭିନ୍ନ କୃଷକ ସଂଘର ସମ୍ମିଳିତ ସଂଗଠନ ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସକେଏମ) ପକ୍ଷରୁ ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଚାଲିଆସିଥିବା ଆନ୍ଦୋଳନକୁ ୪ ମାସ ପୂର୍ତ୍ତି ଅବସରରେ ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି । ଏହି ବନ୍ଦ ପାଳନ ସମୟରେ ପେଟ୍ରୋଲ ପମ୍ପ, ଗ୍ରୋସରୀ ଦୋକାନ, ମେଡିକାଲ ଷ୍ଟୋର ଆଦି ଖୋଲା ରହିବା ସହ ଟ୍ରାଫିକ ସମ୍ପୂର୍ଣ୍ଣ ସ୍ୱାଭାବିକ ରହିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.