fbpx

ଭାରସାମ୍ୟ ହରାଇ ଓଲଟିଲା ପିକଅପ୍ ଭ୍ୟାନ୍: ୨୦ ଆହତ, ୪ ଗୁରୁତର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏକ ପିକଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୨୦ ଶ୍ରମିକ ଆହତ ହେବା ସହ ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଜଣାପଡ଼ିଛି ଯେ, ବଲାଙ୍ଗିର-ବରଗଡ଼ ରାସ୍ତା ଡୁଙ୍ଗୁରିପାଲି ଚାରପାଲି ନିକଟରେ ଏହି ଦୁର୍ଘଟଣା ଘଟିଛି । ଶ୍ରମିକମାନେ ଡୁଙ୍ଗୁରିପାଲିର ବିଭିନ୍ନ ଅଞ୍ଚଳରୁ ରେଲୱେ କାମ ପାଇଁ ଆସୁଥିଲେ । ମାତ୍ର ହଠାତ୍ ଡୁଙ୍ଗୁରିପାଲି ଥାନା ଅନ୍ତର୍ଗାତ ଚାରପାଲି ଗ୍ରାମ ନିକଟରେ ପିକଅପ୍ ଭ୍ୟାନଟି ଭାରସାମ୍ୟ ହରାଇବା ସହ ଓଲଟି ପଡ଼ିଥିଲା ।

ଏହି ଦୁର୍ଘଟଣା ଘଟିବା ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ଭ୍ୟାନଟି ଅଧିକ ବେଗରେ ଆସୁଥିବାରୁ ଭାରସାମ୍ୟ ହରାଇଥିବା ଅନୁମାନ କରାଯାଉଛି ।

Get real time updates directly on you device, subscribe now.