fbpx

ଦାୟିତ୍ୱ ନେଲେ ଟ୍ୱିନସିଟିର ୨ନବ ନିଯୁକ୍ତ ଡିସିପି

ଭୁବନେଶ୍ୱର, ୨୦ା୭(ଓଡ଼ିଶା ଭାସ୍କର): ଆଜି ଦାୟିତ୍ୱଭାର ଗ୍ରହଣ କରିଛନ୍ତି ଟ୍ୱିନସିଟିର ଦୁଇ ନବ ନିଯୁକ୍ତ ଡିସିପି । ଭୁବନେଶ୍ୱରର ନୂଆ ଡ଼ିସିପି ଭାବେ ଦାୟିତ୍ୱ ନେଇଛନ୍ତି ଉମାଶଙ୍କର ଦାସ । ପୋଲିସ ସେବା ଭବନରେ ଅନୁପ ସାହୁଙ୍କ ଠାରୁ ସେ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି । ସେ ପୂର୍ବରୁ ପୁରୀ ଏସପି ଭାବେ ଦାୟିତ୍ୱ ତୁଲାଉଥିଲେ । ସେ ୨୦୦୮ ବ୍ୟାଚର ଆଇପିଏସ ଅଫିସର । ସେହିପରି କଟକର ନୂଆ ଡିସିପି ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ପ୍ରତୀକ ସିଂ । ପୂର୍ବତନ ଡିସିପି ଅଖିଳେଶ୍ୱର ସିଂଙ୍କ ଠାରୁ ସେ ଦାୟିତ୍ୱଭାର ଗ୍ରହଣ କରିଛନ୍ତି ।

ଭୁବନେଶ୍ୱରର ଡ଼ିସିପି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଉମାଶଙ୍କର ପ୍ରତିକ୍ରିୟା ରଖି କହିଛନ୍ତି କରୋନା ମୁକାବିଲା ଆମ ପାଇଁ ପ୍ରଥମ ଦାୟିତ୍ୱ । ପୋଲିସ ଭାଇ, ଭଉଣୀଙ୍କୁ କୋଭିଡ଼ରୁ ସୁରକ୍ଷା ଦେବା ଆମ ପାଇଁ ଏକ ବଡ଼ ଚାଲେଞ୍ଜ । କମିସନରେଟ ଟିମରେ ସାମିଲ ହୋଇଥିବାରୁ ସେ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

Get real time updates directly on you device, subscribe now.