fbpx

Twitter Down: ପେଜ୍ ଲୋଡିଂ ସମସ୍ୟାର ସାମ୍ନା କରୁଛନ୍ତି ୟୁଜର୍ସ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବିଭିନ୍ନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମର ସେବା ପ୍ରଭାବିତ ହେଉଥିବା ଦେଖାଯାଉଛି । ଗତକାଲି ଗୁଗଲର ଜିମେଲ ସର୍ଭିସ ଡାଉନ ହୋଇଥିବା ବେଳେ ଲକ୍ଷ ଲକ୍ଷ ୟୁଜର୍ସ ଏହାକୁ ବ୍ୟବହାର କରିପାରି ନଥିଲେ । ତେବେ ଅନୁରୂପ ଭାବେ ଆଜି ଟ୍ୱିଟର ସେବା ମଧ୍ୟ ଡାଉନ୍ ହୋଇଥିବା ଦେଖାଯାଇଛି । ତେଣୁ ଅନେକ ୟୁଜର୍ସ ବିଭିନ୍ନ ସମସ୍ୟାର ସାମ୍ନା କରୁଥିବା ଦେଖାଯାଇଛି ।

ଡାଉନ ଡିଟେକ୍ଟର ମୁତାବକ, ଭାରତରେ ଆଜି ସନ୍ଧ୍ୟା ୭ଟାରେ ୨,୮୩୮ ଆଉଟେଜ ରିପୋର୍ଟ କରାଯାଇଛି । ଅନେକ ୟୁଜର୍ସଙ୍କ ଟାଇମଲାଇନ ରିପ୍ରେଶ ହୋଇନଥିଲା । ଏନେଇ କମ୍ପାନୀ ପକ୍ଷରୁ କୌଣସି ସୂଚନା ଜାରି କରାଯାଇ ନାହିଁ । ଏହି ଆପ୍ କେବଳ ଆଣ୍ଡ୍ରଏଡ ହ୍ୟାଣ୍ଡସେଟରେ ଡାଉନ ହେଉଥିବା ନେଇ ଅନେକ ୟୁଜର୍ସ କହିଛନ୍ତି । ତେବେ କିଛି ୟୁଜର୍ସଙ୍କ ଅନୁଯାୟୀ, ଟ୍ୱିଟର ଜିଓ ୟୁଜର୍ସଙ୍କଠାରେ କାମ କରୁନାହିଁ, ତେଣୁ ଟ୍ୱିଟର ଡାଉନ ହୋଇନାହିଁ । ଏହି ଆପ୍ କିଛି ନେଟୱାର୍କରେ କାମ କରିବା ସହ ଆଉ କିଛି ନେଟୱାର୍କରେ ଚାଲୁ ନଥିଲା । ଟ୍ୱିଟର ଭିପିଏନ କନେକ୍ସନରେ ଠିକଭାବେ ଚାଲୁଥିବା ଜଣେ ୟୁଜର୍ସ କହିଛନ୍ତି ।

ଟ୍ୱିଟର ପକ୍ଷରୁ ବ୍ଲୁ’କୁ ରି-ଲଞ୍ଚ କରାଯିବାର ଏକ ଦିନ ପୂର୍ବରୁ ଏହି ଆଉଟେଜ୍ ଦେଖିବାକୁ ମିଳିଛି । ଆସନ୍ତାକାଲି ଆପ୍ପଲ ୟୁଜର୍ସଙ୍କ ପାଇଁ ଅଧିକ ମୂଲ୍ୟରେ ଟ୍ୱିଟର ବ୍ଲୁ’କୁ ରି-ଲଞ୍ଚ କରାଯିବ । ନୂଆ ଅବତାରରେ ଏହି ସେବା ଆସିବା ପରେ ସବସ୍କ୍ରାଇବର୍ସ ଟ୍ୱିଟକୁ ଏଡିଟ୍ କରିବା ସହ ୧୦୮୦ପି ଭିଡିଓକୁ ଅପଲୋଡ ଓ ଓପନ ଆକାଉଣ୍ଟର ଭେରିଫିକେସନ ପରେ ବ୍ଲୁ ଟିକ୍ ହାସଲ କରିପାରିବେ ।

Get real time updates directly on you device, subscribe now.