fbpx

Twitterର ନୂଆ ଫିଚର୍: ସହଜରେ ଖୋଜି ପାଇବେ କୌଣସି ଆକାଉଣ୍ଟର ପୁରୁଣା ଟୁଇଟ୍

ନୂଆଦିଲ୍ଲୀ: ଟୁଇଟର୍ ଆଣିଲା ନୂଆ ଫିଚର୍ । ଏହି ଫିଚରରେ କୌଣସି ଆକାଉଣ୍ଟର ପୁରୁଣା ଟୁଇଟ୍ ଖୋଜିବା ୟୁଜର୍ସଙ୍କ ପାଇଁ ଆହୁରି ସହଜ ହୋଇଯିବ । ତେବେ ଏହି ଫିଚର୍ କେବଳ ଆଇଫୋନ୍ ୟୁଜର୍ସଙ୍କ ପାଇଁ ଉପଲବ୍ଧ କରାଯାଇଛି । ଖୁବଶୀଘ୍ର ଏହାକୁ ଆଣ୍ଡ୍ରଏଡ୍ ୟୁଜର୍ସଙ୍କ ପାଇଁ ମଧ୍ୟ ଜାରି କରାଯିବ । ଟୁଇଟର୍ ର ନୂଆ ଅପଡେଟେଡ୍ ଭର୍ସନରେ ଆଇଓଏସ୍ ୟୁଜର୍ସଙ୍କ ଫୋନ୍ ରେ ନୂଆ ଏକ ବଟନ୍ ଦେଖାଉଛି ।

ତେବେ ଆଇଫୋନ୍ ୟୁଜର୍ସଙ୍କ ଟୁଇଟର୍ ରେ ସ୍କ୍ରିନ୍ ର ଉପରେ ରାଇଟ୍ କର୍ଣ୍ଣର୍ ରେ ମେନୁ ଅପସନ୍ ରହିଛି । ଏହି ଫିଚର୍ ରେ ଆପଣ କୌଣସି ସ୍ପେସିଫିକ୍ ଆକାଉଣ୍ଟ୍ ରୁ ଖାସ୍ ଟୁଇଟ୍ ସର୍ଚ୍ଚ କରିପାରିବେ । ତେବେ ପୂର୍ବରୁ ମଧ୍ୟ କୌଣସି ଆକାଉଣ୍ଟ୍ ର ଟୁଇଟ୍ ବାହାର କରିବା ପାଇଁ ସୁବିଧା ଦିଆଯାଇଥିଲା । ଯେକୌଣସି ୟୁଜର୍ସ ଟୁଇଟର୍ ହ୍ୟାଣ୍ଡେଲରେ ସର୍ଚ୍ଚ ବାର୍ କୁ ଯାଇ ୟୁଜର୍ ନେମ୍ ଓ ସର୍ଚ୍ଚ ଇଟେମ୍ ଟାଇପ୍ କରିବା ପରେ ଖୋଜୁଥିବା ଜିନିଷଟି ପାଇଯାଉଥିଲା ।

କିନ୍ତୁ ବର୍ତ୍ତମାନର ଏହି ନୁଆ ଫିଚର୍ ଏହାଠାରୁ ଆହୁରି ସର୍ଟକଟ୍ । ଏହାଦ୍ୱାରା ଆପଣ ମାନେ ଖୁବ୍ ସହଜରେ ୟୁଜର୍ସ ମାନେ ଟୁଇଟ୍ କୁ ସର୍ଚ୍ଚ କରିପାରିବେ । ତେବେ ସମୟ ସମୟରେ ମାଇକ୍ରୋବ୍ଲଗିଂ ସାଇଟ୍ ଟୁଇଟର୍ ରେ ଅନେକ ପ୍ରକାର ଫିଚର୍ ଜାରି କରାଯାଉଛି । ଯେପରିକି ନିକଟରେ ଟୁଇଟର୍ ଏକ ନୂଆ ଫିଚର୍ ଆଣିଥିଲା । ଏହା ଜରିଆରେ ବିନା ସାଇନ୍ ଇନ୍ କରି spaces ଅଡିଓ ଶୁଣିପାରିବେ । ଏଥିପାଇଁ କୌଣସି ଟୁଇଟର୍ ଆକାଉଣ୍ଟର୍ ଆବଶ୍ୟକତା ନାହିଁ ।

Get real time updates directly on you device, subscribe now.