fbpx
BJD SKY
BJD SKY

ସକାଳୁ ସକାଳୁ ୟୁଜର୍ସଙ୍କୁ ଟ୍ୱିଟରର ଝଟକା; ଖୋଲିବାରୁ ଆସୁଛି ଏହି ମେସେଜ…

BJD

ନୂଆଦିଲ୍ଲୀ: ଏଲନ ମସ୍କ ଟ୍ୱିଟରକୁ କିଣି ସାରିବା ପରେ ଏବେ ଜବରଦସ୍ତ ଆକ୍ସନମୋଡରେ ଅଛନ୍ତି । ସେ ଗୋଟିଏ ପରେ ଗୋଟିଏ ବଡ ପଦକ୍ଷେପ ଗ୍ରହଣ କରୁଛନ୍ତି । ଯାହାକି ସେଠାରେ କାମ କରୁଥିବା କର୍ମଚାରୀଙ୍କ ସମେତ ଅନେକ ୟୁଜର୍ସଙ୍କୁ ମଧ୍ୟ ଚିନ୍ତାରେ ପକାଇ ଦେଇଛି । ବର୍ତ୍ତମାନ ଟ୍ୱିଟର ଖୋଲିଲେ ଏପରି କିଛି ମେସେଜ ଆସୁଛି ଯାହାକି ଟ୍ୱିଟର ୟୁଜର୍ସଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି । ବର୍ତ୍ତମାନ ଆସନ୍ତୁ ଜାଣିବା ଟ୍ୱିଟର ଖୋଲିଲେ କଣ ଆସୁଛି ମେସେଜ।

Twitter Outage

ଅନେକ ୟୁଜର୍ସ ବର୍ତ୍ତମାନ ସେମାନଙ୍କର ଟ୍ୱିଟର ଆକାଉଣ୍ଟକୁ ପ୍ରବେଶ କରିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ୟୁଜର୍ସମାନେ ସେମାନଙ୍କର ଫିଡ୍ ଆକ୍ସେସ୍ କରିବାକୁ ଚେଷ୍ଟା କରୁଥିବାବେଳେ ଏହା ହେଉ ନଥିବା ଜଣା ପଡିଛି । ଏଥିସହିତ ସେମାନେ ନିଜ ଟ୍ୱିଟର ପେଜ ଖୋଲିବାରେ ଅସମର୍ଥ ହେଉଛନ୍ତି । ଏତତ ବ୍ୟତୀତ ଫିଡ୍ ପେଜ୍ ମଧ୍ୟ ଏକ ମେସେଜ୍ ସହିତ ଖୋଲୁଛି ଯେଉଁଥିରେ ଲେଖା ହୋଇଛି ‘କିଛି ଭୁଲ ଅଛି, କିନ୍ତୁ ଚିନ୍ତା କରନାହିଁ – ପୁନଃବାର ଚେଷ୍ଟା କରନ୍ତୁ’ ଅର୍ଥାତ୍ (‘Something Went Worng, but don’t fret-let’s give it another shot’. ) । ଯାହାଫଳରେ ୱେବ୍ ବ୍ୟବହାରକାରୀମାନେ ସେମାନଙ୍କର ଫିଡ୍ ପ୍ରବେଶ କରିପାରୁ ନାହାନ୍ତି ।

Twitter Outage

 

ମିଳିଥିବା ସୂଚନା ଅନୁଯୟୀ, କେବଳ ୱେବ୍ ୟୁଜର୍ସମାନେ ଏହି ଅସୁବିଧାର ସମ୍ମୁଖୀନ ହେଉଛନ୍ତି କାରଣ ଟ୍ୱିଟର ଆପ୍ ବ୍ୟବହାର କରୁଥିବା ୟୁଜର୍ସମାନଙ୍କ ପାଇଁ ଏହା ଠିକ୍ ରହିଥିବା ଜଣାପଡିଛି । ୱେବ୍ ବ୍ରାଉଜରରେ ଟ୍ୱିଟର ଚାଲୁ ନଥିବାବେଳେ ଫୋନରେ ଏହା ଚାଲୁଛି । ସେହିପରି କିଛି ଉପଭୋକ୍ତା ଅଛନ୍ତି ଯାହାଙ୍କ ଟ୍ୱିଟର ୱେବରେ ଚାଲୁଥିଲା, କିନ୍ତୁ କିଛି ମିନିଟ୍ ପରେ ଏହା ବନ୍ଦ ହୋଇଯାଇଥିଲା । ତେବେ ଏହା ପୂର୍ବରୁ ହ୍ୱାଟ୍ସଆପକୁ ମଧ୍ୟ ଏହାଠାରୁ ଜଟିଳ ସମସ୍ୟାର ସାମ୍ନା କରିବାକୁ ପଡିଥିଲା । କାରଣ କିଛି ଘଣ୍ଟା ପାଇଁ ଇନଷ୍ଟାଣ୍ଡ ମେସେଜିଙ୍ଗ ପ୍ଲାଟଫର୍ମ ଡାଉନ ହୋଇଯାଇଥିଲା । ଯାହାଫଳରେ ଅନେକ ୟୁଜର୍ସଙ୍କ ମେସେଜ ଆସିବା ଏବଂ ଯିବାରେ ସମସ୍ୟା ଦେଖାଦେଇଥିଲା ।

 

Twitter Outage

Get real time updates directly on you device, subscribe now.