fbpx

ମାଗଣା ଏଲପିଜି କନେକ୍ସନ ପାଇଁ ବଦଳିଗଲା ନିୟମ! ଜାଣନ୍ତୁ ସବସିଡିର ନୂଆ ନିୟମ

ନୂଆଦିଲ୍ଲୀ: ଏଲପିଜି ଉପରେ ସବସିଡି ପାଉଥିବା ଲୋକଙ୍କ ପାଇଁ ଆସିଛି ବଡ଼ ଖବର । ଉଜ୍ଜ୍ୱଳା ଯୋଜନା ଅଧିନରେ ମାଗଣା ଏଲପିଜି ଗ୍ୟାସ୍ କନେକ୍ସନ ଉପରେ ମିଳୁଥିବା ସବସିଡିରେ ବଡ଼ ପରିବର୍ତ୍ତନ କରାଯିବାର ସମ୍ଭାବନା ରହିଛି । ଏଥିପାଇଁ ଯଦି ଆପଣ ମଧ୍ୟ ଏହି ଉଜ୍ଜ୍ୱଳା କନେକ୍ସନ ଅଧିନରେ ଏଲପିଜି କନେକ୍ସନ ନେବାର ଯୋଜନା କରୁଛନ୍ତି, ତେବେ ଏହି ଖବରଟିକୁ ଅବଶ୍ୟ ପଢ଼ନ୍ତୁ ।

ରିପୋର୍ଟ ଅନୁଯାୟୀ, ଏହି ଯୋଜନା ଅନ୍ତର୍ଗତ ନୂଆ କନେକ୍ସନ ପାଇଁ ସବସିଡିର ଥିବା ଷ୍ଟ୍ରକ୍ଚରରେ ପରିବର୍ତ୍ତନ ହୋଇପାରେ । କୁହାଯାଉଛି ଯେ, ପେଟ୍ରୋଲିୟମ ମନ୍ତ୍ରଣାଳୟ ଦୁଇଟି ନୂଆ ଷ୍ଟ୍ରକ୍ଚର ଉପରେ କାମ ଆରମ୍ଭ କରିଛି ଏବଂ ଏହା ଶୀଘ୍ର ଜାରି କରାଯିବ । ତେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ଏକ କୋଟି ନୂଆ କନେକ୍ସନ ଦେବାକୁ ଘୋଷଣା କରିଥିଲେ, କିନ୍ତୁ ବର୍ତ୍ତମାନ ସରକାର ଓଏମସି ପକ୍ଷରୁ ଆଡଭାନ୍ସ ପେମେଣ୍ଟ ମଡେଲରେ ପରିବର୍ତ୍ତନ କରିପାରନ୍ତି ।

କୁହାଯାଉଛି ଯେ, ୧୬୦୦ ଟଙ୍କାର ଆଡଭାନ୍ସ ପେମେଣ୍ଟ କମ୍ପାନୀ ଦେବେ । ଏବେ ଓଏମସିଏସ ଆଡଭାନ୍ସ ଟଙ୍କା ଇଏମଆଇ ଆକାରରେ ଆଦାୟ କରିବ । ଏହି ବିଷୟରେ ଅବଗତ ଥିବା ବିଶେଷଜ୍ଞଙ୍କ ଅନୁଯାୟୀ ସରକାର ଏହି ଯୋଜନାରେ ଅବଶିଷ୍ଟ ୧୬୦୦ ର ସବସିଡି ଦେବେ ।

ତେବେ ସରକାରଙ୍କ ଉଜ୍ଜ୍ୱଳା ଯୋଜନା ଅନୁଯାୟୀ ଗ୍ରାହକଙ୍କୁ ୧୪.୨ କିଲୋଗ୍ରାମର ଏକ ସିଲିଣ୍ଡର ଏବଂ ଷ୍ଟୋଭ ଦିଆଯାଉଛି । ଏହାର ମୂଲ୍ୟ ପ୍ରାୟ ୩୨୦୦ ଟଙ୍କା ଏବଂ ସରକାରଙ୍କ ତରଫରୁ ୧୬୦୦ ଟଙ୍କା ସବସିଡି ପାଇଥିବାବେଳେ ତୈଳ ମାର୍କେଟିଂ କମ୍ପାନୀଗୁଡିକ (ଓଏମସି) ୧୬୦୦ ଟଙ୍କା ଆଡଭାନ୍ସ ଭାବରେ ପ୍ରଦାନ କରୁଛନ୍ତି । ଅବଶ୍ୟ ଓଏଏମସିଗୁଡିକ ରିଫିଲ୍ କରିବା ଉପରେ ସବସିଡିର ଟଙ୍କା ଇଏମଆଇ ଭାବରେ ଆଦାୟ କରେ ।

Get real time updates directly on you device, subscribe now.