fbpx

ଚିକିତ୍ସାରେ ବି ଦଲାଲି! ଭୁବନେଶ୍ୱର ଏମ୍ସରୁ ୧୨ ଦଲାଲ୍ ଗିରଫ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ସବୁସ୍ଥାନରେ ଠକ, ଦଲାଲିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, ଯେଉଁମାନେ କିଛି ଟଙ୍କା ପାଇଁ ନିମ୍ନ ସ୍ତରକୁ ଖସିବାରେ ଲାଗିଛନ୍ତି । ଫିଲ୍ମ ହଲଠାରୁ ଆରମ୍ଭ କରି ଚିକିତ୍ସା କ୍ଷେତ୍ର ପର୍ଯ୍ୟନ୍ତ, ସବୁଠାରୁ ଦଲାଲିମାନଙ୍କୁ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ଖଣ୍ଡଗିରି ଥାନା ପୋଲିସକୁ ମିଳିଛି ବଡ଼ ସଫଳତା । ଭୁବନେଶ୍ୱର ଏମ୍ସରୁ ଗିରଫ ହୋଇଛନ୍ତି ୧୨ ଦଲାଲ୍ ।

ତେବେ ଟିକେଟ୍ ଦଲାଲି ଅଭିଯୋଗରେ ସେମାନଙ୍କୁ ଉଠାଇ ଆଣିଛି ପୋଲିସ । ଡାକ୍ତରଙ୍କ ପରାମର୍ଶ ପାଇଁ ଟିକେଟ୍ ବ୍ଲକରେ ବିକ୍ରି କରୁଥିଲେ । ମାଗଣା ସେବା ସ୍ଥାନରେ ଟିକେଟ୍ ପାଇଁ ରୋଗୀମାନେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ଦଲାଲ ଆଗୁଆ ଟିକେଟ୍ କାଟି ରୋଗୀଙ୍କଠାରୁ ଟଙ୍କା ଲୁଟୁଥିଲେ । ସେମାନେ ପ୍ରାୟ ୪ରୁ ୫ ହଜାର ଟଙ୍କାରେ ଟିକେଟ୍ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଖବର ପାଇ ଖଣ୍ଡଗିରି ଥାନା ପୋଲିସ ଚଢ଼ାଉ କରିଥିଲା । ୧୨ ଦଲାଲଙ୍କୁ ଧରିପକାଇବା ପରେ ପୋଲିସ ଆହୁରି ତଦନ୍ତ କରୁଛି । ଆଗକୁ ଆହୁରି କିଛି ଦଲାଲ ଧରାପଡ଼ିବାର ସମ୍ଭାବନା ଥିବା ନେଇ ସୂଚନା ରହିଛି ।

Get real time updates directly on you device, subscribe now.