fbpx

ଆଜି ଦିନରେ ତୁଳସୀ ପତ୍ର ତୋଳନ୍ତୁନି, ନହେଲେ ହୋଇପାରେ ଅସୁବିଧା

ସାଧାରଣତଃ ପ୍ରତ୍ୟେକ ହିନ୍ଦୁ ସକାଳ ସମୟରେ ଚଉରା ପୂଜା କରିଥାନ୍ତି । ପୂଜା କରିବା ପରେ ତୁଳସୀ ପତ୍ରକୁ ଛିଣ୍ଡାଇ ପାଦୁକ ରୂପେ ପାଇଥାନ୍ତି ।ଠାକୁରଙ୍କୁ ଅର୍ପଣ କରିବା ନିମନ୍ତେ ମଧ୍ୟ ତୁଳସୀ ପତ୍ରକୁ ତୋଳାଯାଇଥାଏ । ହେଲେ ଆଜି ସମ୍ପୂର୍ଣ୍ଣ ରୂପରେ ନିଷେଧ ତୁଳସୀ ପତ୍ର ତୋଳିବା । ତେବେ ଆଜି ହେଉଛି ଦେବୋତ୍ଥାପନ ଏକାଦଶୀ । ପ୍ରତି ବର୍ଷ କାର୍ତ୍ତିକ ମାସ ଶୁକ୍ଳପକ୍ଷର ଏକାଦଶୀ ତିଥିରେ ଭଗବାନ ବିଷ୍ଣୁ ଯୋଗ ନିଦ୍ରାରୁ ଉଠିଥାନ୍ତି । ତେଣୁ ଭଗବାନ ବିଷ୍ଣୁଙ୍କୁ ତୁଳସୀ ପତ୍ର ବହୁତ ଭଲ ଲାଗିଥାଏ । ତୁଳସୀ ବିନା ଭଗବାନ ବିଷ୍ଣୁଙ୍କ ପୂଜା ଅଧୁରା ରହିଥାଏ ।

ଏମିତିରେ ଦେଖିବାକୁ ଗଲେ ତୁଳସୀ ପତ୍ରକୁ ରବିବାର ଓ ଏକାଦଶୀରେ ତୋଳାଯାଏ ନାହିଁ କି ତୁଳସୀଗଛ ମୂଳେ ଜଳ ଅର୍ପଣ ମଧ୍ୟ କରିବା ଅଶୁଭ ଅଟେ । ସେଥିପାଇଁ ଆସନ୍ତୁ ଜାଣିବା ତାହାର କାରଣ କଣ ରହିଛି । ଆଜିଦିନରେ ଭଗବାନ ବିଷ୍ଣୁ ୪ମାସ ପରେ ନିଦରୁ ଉଠିଥାନ୍ତି । ସେଥିପାଇଁ ତାଙ୍କୁ ଶଙ୍ଖ, ଘଣ୍ଟି ଆଦି ବଜା ଯାଇ ଉଠାଯାଇଥାଏ । ଦେବୋତ୍ଥାପନର ପରଦିନରେ ତୁଳସୀ ବିବାହ କରାଯାଇଥାଏ । ତାହାପରେ ସବୁ ମଙ୍ଗଳ କାର୍ଯ୍ୟ ଆରମ୍ଭ ହୋଇଥାଏ । ଧାର୍ମିକ ପରମ୍ପରା ଅନୁସାରେ, ଦେବୀ ତୁଳସୀଙ୍କ ବିବାହ ବିଷ୍ଣୁଙ୍କର ଏକ ରୂପ ଶାଳଗ୍ରାମଙ୍କ ସହ ହୋଇଥିଲା । ସେଥିପାଇଁ ତୁଳସୀ ଦେବୀ ପ୍ରତି ଏକାଦଶୀ ଓ ରବିବାର ଦିନ ବ୍ରତ ରଖିଥାନ୍ତି ଯଦି ତାଙ୍କୁ ଜଳ ଅର୍ପଣ କରାଯାଏ ତେବେ ତୁଳସୀ ମାତାଙ୍କ ବ୍ରତ ଭାଙ୍ଗି ଯାଇଥାଏ ।

ତେଣୁ କୌଣସୀ ଏକାଦଶୀ ଓ ରବିବାରଦିନ ଆପଣ ତୁଳସୀ ପତ୍ର ତୋଳନ୍ତୁନି । କାରଣ ବିଷ୍ଣୁ ଓ ତୁଳସୀ ମାତା ଦୁହେଁ ରାଗିଯାଇଥାନ୍ତି । ତେବେ କିପରି ତୁଳସୀ ପତ୍ର ତୋଳିବେ ତାହା ଜାଣି ରଖନ୍ତୁ । ସର୍ବଦା ସ୍ନାନ ପରେ ତୁଳସୀ ପତ୍ର ତୋଳିବା ଆବଶ୍ୟକ । ଯଦି ନ ଗାଧୋଇ ତୋଳାଯାଇଥାଏ ତେବେ ଭଗବାନ ବିଷ୍ଣୂ ରାଗିଯାଇଥାନ୍ତି । ତୁଳସୀ ପତ୍ରକୁ ନଖ ଦ୍ୱାରା ତୋଳିବାକୁ ବାରଣ କରାଯାଇଛି । ଏହାକୁ କେବଳ ଟିପ ଓ ମଧ୍ୟମା ଅଙ୍ଗୁଷ୍ଠା ସାହାଯ୍ୟରେ ତୋଳିବା ଆବଶ୍ୟକ ।

Get real time updates directly on you device, subscribe now.