fbpx

୧୦୧ ମହିଳାଙ୍କୁ ଦୁଷ୍କର୍ମ କରିଥିଲା ୬୮ ବର୍ଷୀୟ ସଇତାନ୍: ବ୍ୟବଚ୍ଛେଦ ଗୃହରେ ବି ୨୩ ଶବ ସହ…

ନୂଆଦିଲ୍ଲୀ: ଡବଲ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ଦୋଷୀ ଅନେକ ମହିଳାଙ୍କ ଶବ ସହିତ ଯୌନ ଶୋଷଣ କରିଥିବା ଅଭିଯୋଗ ପ୍ରମାଣିତ ହୋଇଛି । ଏହି ମାମଲା ଇଂଲଣ୍ଡର କେଣ୍ଟ ଅଞ୍ଚଳରେ ଥିବା ଟନବ୍ରିଜ୍ ୱେଲ୍ସ ଅଞ୍ଚଳର ହୋଇଥିବା ଜଣାପଡିଛି । ସେଠାରେ ଡେଭିଡ ଫୁଲର ନାମକ ଜଣେ ଅପରାଧୀ ଦୁଇଜଣ ମହିଳାଙ୍କୁ ପିଟି ପିଟି ହତ୍ୟା କରିଥିଲା । ଅଭିଯୁକ୍ତ ଡେଭିଡ ୧୩ ବର୍ଷ ମଧ୍ୟରେ ୨୩ ଅଲଗା ଅଲଗା ମହିଳାଙ୍କ ଶବ ସହିତ ଶାରୀରିକ ସମ୍ପର୍କ ରଖିଥିଲା । ଗୁରୁବାର ଦିନ କ୍ରୋଡନ୍ କ୍ରାଉନ୍ କୋର୍ଟରେ ଏହି ଶୁଣାଣି ହୋଇଥିଲା ।

ତେବେ ଡେଭିଡ ନିଜେ ଏଥର ଏହି ସତ୍ୟକୁ ସ୍ୱୀକାର କରିଛି । ୬୮ ବର୍ଷୀୟ ଡେଭିଡ କୋର୍ଟରେ ସ୍ୱୀକାର କରିଛି କି, ସେ ୧୨ ଥର ମୃତ ମହିଳାଙ୍କ ଶରୀର ସହ ସେକ୍ସୁଆଲ ପେନିଟ୍ରେସନ କରିଛନ୍ତି । ଏହି ମାମଲା ୨୦୦୭ ରୁ ୨୦୨୦ ମଧ୍ୟରେ ଘଟିଥିଲା । ଏହି ସମସ୍ତ ମାମଲାରେ କୋର୍ଟ ଡେଭିଡକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।

ଦୁଇଥର ମିଳିସାରିଛି ଆଜୀବନ କାରାଦଣ୍ଡ :
ଏହା ପୁର୍ବରୁ ଡିସେମ୍ବର ୨୦୨୧ ରେ ଦୁଇଜଣ ମହିଳାଙ୍କୁ ଅତି ନିର୍ମମ ଭାବେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗରେ ଡେଭିଡକୁ ଦୁଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ୧୯୮୭ ରେ ଡେଭିଡ ଦୁଇଜଣ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ପୂର୍ବରୁ ସେମାନଙ୍କୁ ଅତି ନିର୍ମମ ଭାବରେ ପିଟିପିଟି ହତ୍ୟା କରିଥିଲା । ଏହି ଦୁଇଟି ଆକ୍ରମଣ ଅଲଗା ଅଲଗା ଭାବରେ କରାଯାଇଥିଲା । କେଣ୍ଟ ଅଞ୍ଚଳରେ ଥିବା ଟନବ୍ରିଜ୍ ୱେଲ୍ସରେ ଏହା କରାଯାଇଥିଲା ।

୨୦୦୮ ରୁ ୨୦୨୦ ମଧ୍ୟରେ ୭୮ ମହିଳାଙ୍କ ଶବ ସହିତ ଯୌନ ଶୋଷଣ କରିବା ଅଭିଯୋଗରେ ଡେଭିଡ ଦୋଷୀ ସାବ୍ୟସ୍ତ ହୋଇଥିଲା । ଏହି ସମୟରେ ତାକୁ ଆଜୀବନ କାରାଦଣ୍ଡ ସହ ୧୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା ।

Get real time updates directly on you device, subscribe now.