fbpx

ପ୍ରଦୂଷଣକୁ ନେଇ ଦିଲ୍ଲୀ ସରକାରଙ୍କ ବଡ ଘୋଷଣା: କାଲିଠୁ ବନ୍ଦ ରହିବ ପ୍ରାଥମିକ ବିଦ୍ୟାଳୟ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଏବଂ ଏନସିଆରରେ ବାୟୁ ପ୍ରଦୂଷଣ ସମସ୍ୟା ବଢିବାର ଲାଗିଛି । ଫଳରେ ଦିଲ୍ଲୀବାସୀଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଦୀପାବଳି ପରଠାରୁ ଏଠାକାର ସ୍ଥିତି ଖରାପ ହେବାର ଲାଗିଛି । ବିଶେଷ କରି ଏନସିଆର ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI)) ବା ବାୟୁ ମାନକ ସୂଚକାଙ୍କ ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେ ଘର ବାହାରକୁ ବାହାରିବା ମଧ୍ୟ ବିପଦ ହୋଇପଡିଛି । ଏହି ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଏକ ବଡ ନିଷ୍ପତ୍ତି ନେଇଛନ୍ତି । । ସେ ଏକ ପ୍ରେସମିଟ କରି ଘଷଣା କରିଛନ୍ତି ଯେ ଦିଲ୍ଲୀର ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ଆସନ୍ତାକାଲିଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ ।

ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସମସ୍ତ ନିର୍ମାଣାଧିନ କାର୍ଯ୍ୟକୁ ମଧ୍ୟ ବନ୍ଦ କରିଦିଆଯାଇଛି । ଗୁରୁବାର ଦିଲ୍ଲୀ ଏନସିଆର ବାୟୁ ମାନକ ସୂଚକାଙ୍କ ୪୭୨ରେ ପହଞ୍ଚିଛି, ଯାହା ବିଷାକ୍ତ ବୋଲି କୁହାଯାଉଛି । ଏଥିସହିତ ଏହି ପ୍ରଦୂଷଣକୁ ଦୃଷ୍ଟିରେ ରଖି ଗୌତମ ବୁଦ୍ଧ ନଗରରେ ଅବସ୍ଥିତ ନୋଏଡା ଏବଂ ଗ୍ରେଟର ନୋଏଡାର ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳକୁ ବନ୍ଦ କରାଯିବା ସହ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଅନଲାଇନ୍ ରେ ପାଠପଢା ହେବ ବୋଲି କୁହାଯାଉଛି ।

Get real time updates directly on you device, subscribe now.