fbpx

ସ୍ୱାମୀଙ୍କ ସହମତି ବିନା ମୁସଲିମ ମହିଳାଙ୍କୁ ‘ଖୁଲା’ ଜରିଆରେ ଛାଡ଼ପତ୍ର ନେବାର ଅଧିକ ରହିଛି: ହାଇକୋର୍ଟ

ନୂଆଦିଲ୍ଲୀ: ମୁସଲିମ ମହିଳାମାନେ ‘ଖୁଲା’ ପ୍ରକ୍ରିୟା ମାଧ୍ୟମରେ ସ୍ୱାମୀଙ୍କ ସହମତି ବିନା ଛାଡପତ୍ର ମାଗି ପାରିବେ ବୋଲି କେରଳ ହାଇକୋର୍ଟ ଏପ୍ରିଲ ୨୦୨୧ ର ନିଷ୍ପତ୍ତିକୁ ପୁଣି ଦୋହରାଇଛନ୍ତି । କୋର୍ଟରେ ‘ଖୁଲା’ ସମ୍ବନ୍ଧରେ ଏକ ପୁନର୍ବିଚାର ପାଇଁ ଆବେଦନ କରାଯାଇଥିଲା ।

ଆବେଦନରେ କୁହାଯାଇଥିଲା ଯେ, ଯଦି ମୁସଲମାନ ପତ୍ନୀ ବିବାହକୁ ଶେଷ କରିବାକୁ ଚାହାଁନ୍ତି, ତେବେ ତାଙ୍କୁ ସ୍ୱାମୀଙ୍କଠାରୁ ଛାଡପତ୍ର ମାଗିବାକୁ ପଡ଼ିବ ଏବଂ ଯଦି ସେ ମନା କରନ୍ତି ତେବେ ମହିଳାଙ୍କୁ କୋର୍ଟ ଯିବାକୁ ପଡ଼ିବ । ତେବେ ଆବେଦନକାରୀ କହିଛନ୍ତି ଯେ, ଜଣେ ମୁସଲମାନ ମହିଳାଙ୍କୁ ନିଜ ଇଚ୍ଛାରେ ଛାଡପତ୍ର ମାଗିବାର ଅଧିକାର ଅଛି କିନ୍ତୁ ତାଙ୍କୁ ‘ଖୁଲା’ର ସମ୍ପୂର୍ଣ୍ଣ ଅଧିକାର ନାହିଁ ବୋଲି ଯୁକ୍ତି କରିଛନ୍ତିି । ସେ ଯୁକ୍ତି କରିଛନ୍ତି ଯେ, ଦୁନିଆର କୌଣସି ସ୍ଥାନରେ ମୁସଲମାନ ପତ୍ନୀଙ୍କୁ ଏକପାଖିଆ ବିବାହ ଶେଷ କରିବାକୁ ଅନୁମତି ଦିଆଯାଇ ନାହିଁ ।

କ’ଣ କହିଲେ କୋର୍ଟ?
ମଙ୍ଗଳବାର ଦିନ ଜଷ୍ଟିସ୍ ଏ ମହମ୍ମଦ ମୁସ୍ତାକ୍ ଏବଂ ଜଷ୍ଟିସ୍ ସିଏସ୍ ଡିଆସମଙ୍କ ଏକ ଡିଭିଜନ୍ ବେଞ୍ଚ କହିଛନ୍ତି ଯେ, ମୁସଲିମ ମହିଳାମାନଙ୍କୁ ‘ଖୁଲା’ ପ୍ରକ୍ରିୟା ମାଧ୍ୟମରେ ସ୍ୱାମୀଙ୍କ ସହମତି ବିନା ଛାଡପତ୍ର କରିବାର ସମସ୍ତ ଅଧିକାର ରହିଛି । ଏହା ପବିତ୍ର କୁରାନରୁ ଦିଆଯାଇଛି ଓ ଏବଂ ତାଙ୍କ ସ୍ୱାମୀଙ୍କ ଅନୁମୋଦନ କିମ୍ବା ଇଚ୍ଛା ଅନୁଯାୟୀ ନୁହେଁ । ବେଞ୍ଚ କହିଛନ୍ତି ଯେ, ଯଦି ସ୍ୱାମୀ ‘ଖୁଲା’ଙ୍କୁ ଅସ୍ୱୀକାର କରନ୍ତି, ତେବେ ମୁସଲିମ ମହିଳାଙ୍କୁ କୋର୍ଟ ଯିବାର ଆବଶ୍ୟକତା ନାହିଁ । କାରଣ ଏହାର ଅଧିକାରୁ ଇସଲାମ ନିୟମରେ ବି ସ୍ୱୀକାର କରାଯାଇଛି ।

Get real time updates directly on you device, subscribe now.