fbpx
BJD SKY
BJD SKY

ସୀମା ବିବାଦର ସମାଧାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

BJD

ଭୁବନେଶ୍ୱର : ବହୁ ଦିନ ଧରି ଚାଲିଛି ଓଡ଼ିଶାରେ ସୀମା ବିବାଦ । ତଥାପି ବାହାରୁନି ସମାଧାନର ବାଟ । କୋରାପୁଟର କୋଟିଆ ଓ ଗଜାପତି ଜିଲ୍ଲାର ସୀମା ବିବାଦ ସମସ୍ୟା ଅଣାୟତ ପରିସ୍ଥିତି ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ଅବ୍ୟହତ ଥିବାବେଳେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟସରକାରଙ୍କୁ ଚିଠି ଲେଖିଛନ୍ତି । ସୀମା ବିବାଦକୁ ଶାନ୍ତିପୂର୍ଣ୍ଣ ଭାବରେ ସାମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ । କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକର କୋଟିଆ ଏବଂ ଗଜପତି ଜିଲ୍ଲା ରାୟଗଡା ବ୍ଲକ ଗଙ୍ଗାବାଡ ପଂଚାୟତ ମାଣିକପାଟଣାରେ ସୀମା ବିବାଦ ଦେଖାଦେଇଛି । ତେବେ କେନ୍ଦ୍ରମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ସୀମା ବିବାଦର ସାମାଧାନ ପାଇଁ ଏକ ସର୍ବଦଳୀୟ ବୈଠକ ଡକାଯାଉ । ଏହି ବୈଠକରେ ସୀମା ବିବାଦ ପାଇଁ ଗଠନ କରାଯାଇଥିବା ଅନ୍ତଃରାଜ୍ୟ କମିଟିର ଅଗ୍ରଗତି କାର୍ଯ୍ୟ ଉପରେ ସମୀକ୍ଷା କରାଯାଉ । ଏହାସହ ସୀମାବର୍ତ୍ତୀ ଗାଁ ଗୁଡିକରେ ନିଆଯାଇଥିବା ବିକାଶମୂଳକ କାର୍ଯ୍ୟ ଗୁଡ଼ିକର ତଥ୍ୟ ବୈଠକରେ ଉପସ୍ଥାପନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ।

ପୁଣି ଚିଠିରେ ଉଲ୍ଲେଖ ରହିଛି ଯେ, ଆନ୍ଧ୍ର ସରକାରଙ୍କ ବେଆଇନ କାର୍ଯ୍ୟ ଅଗ୍ରଗତି ହେବାରେ ଲାଗିଛି । ଯଥା ସୀମାବର୍ତ୍ତୀ ଗ୍ରାମ ଗୁଡ଼ିକରେ ପ୍ରଶାସନିକ ହସ୍ତକ୍ଷେପ । ତେବେ କେବଳ ଏହା କୋଟିଆରେ ସୀମିତ ହୋଇ ରହିନାହିଁ ବରଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଗ୍ରାମକୁ ବ୍ୟାପିବାରେ ଲାଗିଛି । ଏହି ଗ୍ରାମ ଗୁଡ଼ିକର ନାମ ମଧ୍ୟ ବଦଳାଇ ଦିଆଯାଇ ଆନ୍ଧ୍ର ନାମ କରଣ କରାଯାଇଛି । ଆନ୍ଧ୍ର ସରକାର ସକ୍ରିୟ ଭାବେ ଏହି ସବୁ ଗ୍ରାମରେ ବିଭିନ୍ନ ଯୋଜନା ଓ ଉନ୍ନୟନ କାର୍ଯ୍ୟକୁ କାର୍ଯ୍ୟକାରୀ କରିବା ସହ ଅଂଚଳର ଅଧିବାସୀଙ୍କୁ ନିଜ ଆଡକୁ ଟାଣି ନେବାର ପ୍ରଲୋଭନ ଦେଖାଉଛନ୍ତି । ଏହିସବୁ ସମାଧାନ ଏବଂ ଆନ୍ଧ୍ରସରକାରଙ୍କ ବେଆଇନ ଯୁକ୍ତ କାର୍ଯ୍ୟକୁ ଅଟକାଇବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Get real time updates directly on you device, subscribe now.