fbpx

EPFOର ୬ କୋଟି ଗ୍ରାହକଙ୍କୁ ଝଟକା! ପେନସନ୍ ବୃଦ୍ଧି ପ୍ରସ୍ତାବକୁ ଖାରଜ କଲେ ସରକାର

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଂଗଠନରେ ସାରା ଦେଶରେ କୋଟି କୋଟି ଆକାଉଣ୍ଟଧାରୀ ଅଛନ୍ତି । ଇପିଏଫଓ ନିଜ କର୍ମଚାରୀଙ୍କୁ ପେନସନ୍ ଯୋଜନା ଅଧୀନରେ ୧୦୦୦ ଟଙ୍କାର ପେନସନ୍ ଦେଇଥାଏ । ନିକଟରେ ଶ୍ରମ ମନ୍ତ୍ରଣାଳୟ ଏକ ପ୍ରସ୍ତାବ ପଠାଇଥିଲା, ଯେଉଁଥିରେ ଇପିଏଫଓର ପେନସନଭୋଗୀଙ୍କ ପେନସନ୍ ବୃଦ୍ଧି କରିବାକୁ କୁହାଯାଇଥିଲା । ବର୍ତ୍ତମାନ ଏହି ବିଷୟରେ ବଡ଼ ସୂଚନା ଆସିଛି ।

କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ପାଣ୍ଠି ସଂଗଠନର ୬ କୋଟି ଗ୍ରାହକଙ୍କୁ ଝଟକା ଦେଇ ଅର୍ଥ ମନ୍ତ୍ରଣାଳୟ ପେନସନ୍ ବୃଦ୍ଧି ପ୍ରସ୍ତାବକୁ ଖାରଜ କରିଛି । ଏହି ନିଷ୍ପତ୍ତି ପରେ ବର୍ତ୍ତମାନ ସଂସଦୀୟ କମିଟି ଅର୍ଥ ମନ୍ତ୍ରଣାଳୟରୁ ଏହି ମାମଲାରେ ସ୍ପଷ୍ଟୀକରଣ ନେବାକୁ ନିଷ୍ପତ୍ତି ନେଇଛି । ସୂଚନାଯୋଗ୍ୟ ଯେ, ନିକଟରେ ଶ୍ରମ ମନ୍ତ୍ରଣାଳୟ ଇପିଏଫଓର ପେନସନ୍ ବୃଦ୍ଧି ପାଇଁ ଏକ ପ୍ରସ୍ତାବ ପଠାଇଥିଲା । କିନ୍ତୁ ମନ୍ତ୍ରଣାଳୟ କେତେ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।

ତେବେ ଗୁରୁବାର ଦିନ ଶ୍ରମ ମନ୍ତ୍ରଣାଳୟ ଏବଂ ଇପିଏଫ୍ ଅଧିକାରୀମାନେ ବିଜେପି ସାଂସଦଙ୍କ ନେତୃତ୍ୱରେ ଏକ କମିଟିରେ ଅର୍ଥ ମନ୍ତ୍ରଣାଳୟ ସମ୍ମୁଖରେ ଇପିଏଫର ପେନସନ୍ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିଲେ, କିନ୍ତୁ ପରେ ଏହି ପ୍ରସ୍ତାବକୁ ଖାରଜ କରାଯାଇଥିଲା । ପେନସନ୍ ବୃଦ୍ଧି ସମ୍ପର୍କରେ କୌଣସି ସରକାରୀ ସୂଚନା ଦିଆଯାଇ ନାହିଁ । କିନ୍ତୁ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହା ୧୦୦୦ ରୁ ୨,୦୦୦ କୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଥିଲା, ଯାହାକୁ ଅର୍ଥ ମନ୍ତ୍ରଣାଳୟ ଖାରଜ କରିଦେଇଛି ।

Get real time updates directly on you device, subscribe now.