fbpx

ଟ୍ୱିଟରର ଲୋଗୋ ପରେ ଏବେ ବଦଳିଯାଇଛି କି ଟ୍ୱିଟର ନାମ, ଦ୍ୱନ୍ଦ୍ୱରେ ୟୁଜର୍ସ, କ’ଣ ରହିଛି ଏଲନ ମସ୍କଙ୍କ ପ୍ଲାନ

Advertisement

ନୂଆଦିଲ୍ଲୀ:ଟ୍ୱିଟରର ନାମ ସହିତ ଏବେ ଟ୍ୱିଟର ବି ନାମ ବଦଳିବାକୁ ଯାଉଛି । ଟ୍ୱିଟ୍ ର ନାମ ବଦଳି ପୋଷ୍ଟ ରଖାଯିବ । ଏ ପର୍ଯ୍ୟନ୍ତ ଏହାକୁ ନେଇ ବଡ ଦ୍ୱନ୍ଦ୍ୱ ଥିଲା ଯେ, କମ୍ପାନୀ ଟ୍ୱିଟର ନାମ ବଦଳାଇବ କି ନାହିଁ । ଯଦି ବି ବଦଳିବ ତେବେ ଏହାର ନାମ କ’ଣ ରହିବ । ବହୁ ୟୁଜର୍ସ ଟ୍ୱିଟ୍ ର ନାମ ବଦଳିବା ନେଇ ସୂଚନା ମଧ୍ୟ ସେୟାର କରିଛନ୍ତି ।

ଏଲନ ମସ୍କ ମାଇକ୍ରୋବ୍ଲଗିଙ୍ଗ ପ୍ଲାଟଫର୍ମ ଟ୍ୱିଟରର ନାମ ବଦଳାଇ ଏକ୍ସ କରି ଦେଇଛନ୍ତି । ସଦ୍ୟତମ ସୂଚନାରୁ ଜଣାପଡିଛି ଯେ, ଟ୍ୱିଟର ନାମ ବି ବଦଳିଯିବ । ମସ୍କ ଗତ ସୋମବାର ଟ୍ୱିଟରର ଲୋଗୋ ବଦଳାଇ ଏକ୍ସ କରି ଦେଇଥିଲେ । ଏହା ସହିତ ନାମ ବଦଳିବା ନେଇ ମଧ୍ୟ ଘୋଷଣା କରିଥିଲେ । ଗତ ଏକ ସପ୍ତାହ ମଧ୍ୟରେ କମ୍ପାନୀ ୱେବ ଠାରୁ ଆରମ୍ଭ କରି ଆପ ପର୍ଯ୍ୟନ୍ତ ବହୁ ପରିବର୍ତ୍ତନ କରିଛି । ଟ୍ୱିଟର ସ୍ଥାନରେ ଏବେ ଏକ୍ସ ନଜର ଆସୁଥିବା ବେଳେ ଆପ୍ ର ଡେସକ୍ରିପସନ ମଧ୍ୟ ବଦଳି ଯାଇଛି । ଡେସକ୍ରିପସନ ସ୍ଥାନରେ ଏବେ ବ୍ରେକିଂ ନ୍ୟୁଜ, ମନୋରଞ୍ଜନ, ସ୍ପୋର୍ଟସ ଓ ପଲିଟିକ୍ସ ଇତ୍ୟାଦି ଲେଖାଯାଇଥିବାର ନଜର ଆସୁଛି ।

ତେବେ ଟ୍ୱିଟର ନାମ ବଦଳି ପୋଷ୍ଟ ରଖାଯିବ ବୋଲି ଆଲୋଚନା ହେଉଛି । ବହୁ ୟୁଜର୍ସ ରବିବାର ସକାଳେ ଏ ବିଷୟରେ ସୂଚନା ଦେଇଛନ୍ତି କି ଟ୍ୱିଟ ର ନାମ ବଦଳି ଯାଇଛି ଓ ଏବେ ଏହାର ନାମ ପୋଷ୍ଟ ହୋଇଯାଇଛି । ଏହି ପରିବର୍ତ୍ତନ ୱେବ ଭର୍ସନରେ ନଜର ଆସିଛି । ତେବେ ଏହି ପରିବର୍ତ୍ତନ ବହୁତ କମ୍ ସମୟ ଲାଗି ହୋଇଥିଲା କିନ୍ତୁ ଏହାପରେ ପୁଣି କମ୍ପାନୀ ଏହାର ନାମ ଟ୍ୱିଟ କରି ଦେଇଥିଲା । ତେବେ ଟ୍ୱିଟ ଯାଗାରେ ପୋଷ୍ଟର ସ୍କ୍ରିନସଟ୍ ବହୁ ୟୁଜର୍ସ ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଛନ୍ତି ।

Get real time updates directly on you device, subscribe now.