ନୂଆଦିଲ୍ଲୀ: ଟ୍ୱିଟରରେ ଟ୍ରୋଲ କରିବା ଏବଂ ଅପମାନଜନକ ଭାଷାରେ ମନ୍ତବ୍ୟ ଦେବା ସମସ୍ୟା ବହୁତ ବୃଦ୍ଧି ପାଇଛି । ଯେଉଁଥିପାଇଁ ଉପଭୋକ୍ତାମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏଥିସହିତ ଆପଣଙ୍କ ଟ୍ୱିଟରେ ଲୋକେ ବିଭିନ୍ନ ପ୍ରକାର ମନ୍ତବ୍ୟ ଦେବା ସହ ଭଲ ଖରାପ ମଧ୍ୟ କହି ଆପଣଙ୍କୁ ଅପମାନିତ କରିଥାନ୍ତି । ଯଦି ଏହିପରି କିଛି ଆପଣଙ୍କ ସହିତ ଘଟୁଛି, ତେବେ ଫେବୃଆରୀରୁ ଏହା ସମ୍ପୂର୍ଣ୍ଣ ରୂପେ ବଦଳିଯିବ । ଯାହାଫଳରେ ଏହିପରି ଖରାପ ମନ୍ତବ୍ୟ ଦେଉଥିବା ଟ୍ୱିଟର ଆକାଉଣ୍ଡ ଉପରେ ଆପଣ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିପାରିବେ । ବାସ୍ତବରେ, ଫେବୃଆରୀରୁ ଉପଭୋକ୍ତାମାନେ ଏକ ବଡ ଶକ୍ତି ପାଇବାକୁ ଯାଉଛନ୍ତି, ଯାହାକୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଥିଲେ ।
Uttarakhand Govt.
ମିଳିଥିବା ସୂଚନା ଅନୁଯାୟୀ, ଯେଉଁ ୟୁଜର୍ସମାନେ ଟ୍ୱିଟରରେ ଖରାପ ମନ୍ତବ୍ୟ ଦେଇ ଅନ୍ୟମାନଙ୍କୁ ଅପମାନିତ ଏବଂ ଟ୍ରୋଲ କରୁଛନ୍ତି ସେମାନେ ଅସୁବିଧାରେ ପଡିପାରନ୍ତି । କାରଣ ଏହିପରି କରୁଥିବା ୟୁଜର୍ସମାନଙ୍କ ଆକାଉଣ୍ଟକୁ ସ୍ଥଗିତ ରଖିବାକୁ ଆପଣ ସହଜରେ ଆବେଦନ କରିପାରିବେ । ଏହାପରେ ବ୍ଲକ ହୋଇଥିବା ଉପଭୋକ୍ତାଙ୍କର ଯଦି ଭୁଲ ଥାଏ, ତେବେ ଟ୍ୱିଟର ପାର୍ଶ୍ୱରୁ ସମୀକ୍ଷା କରିବା ପରେ ସେହି ଆକାଉଣ୍ଟକୁ ସହଜରେ ସ୍ଥଗିତ କରାଯାଇ ପାରିବ ।ଯଦି କୌଣସି ବ୍ୟକ୍ତିର ଟ୍ୱିଟର ଆକାଉଣ୍ଟ ଏହିପରି ଭାବରେ ସ୍ଥଗିତ କରାଯିବ ,ତାଙ୍କୁ ତାଙ୍କ ଆକାଉଣ୍ଟ ଖୋଲିବାକୁ ଅନୁରୋଧ କରିବାକୁ ପଡିବ । ଏହାପରେ କମ୍ପାନୀ ସେହି ଅନୁରୋଧର ସମୀକ୍ଷା କରିବା ପରେ ହିଁ କୌଣସି ପଦକ୍ଷେପ ଗ୍ରହଣ କରିବ । ତେବେ କମ୍ପାନୀ ବର୍ତ୍ତମାନ ସମସ୍ତ ଟ୍ୱିଟର ଆକାଉଣ୍ଟକୁ ଏକ ଶିକ୍ଷା ଦେବା ପାଇଁ ପ୍ରସ୍ତୁତ ହୋଇଛି । ଫଳରେ ଯେଉଁମାନେ ଟ୍ୱିଟରରେ ମନଇଚ୍ଛା କାର୍ଯ୍ୟ କରୁଛନ୍ତି ଏବଂ ଲୋକଙ୍କ ସହ ଅସଦାଚରଣ କରୁଛନ୍ତି ସେମାନଙ୍କ ପାଇଁ ଏହା ବହୁତ ମହଙ୍ଗା ପଡିବ । ଏଥିସହିତ ସେମାନଙ୍କ ଟ୍ୱିଟର ଆକାଉଣ୍ଟ ମଧ୍ୟ ବନ୍ଦ ହେବାର ସମ୍ଭାବନା ରହିଛି ।
ଟ୍ୱିଟରରେ ଏଭଳି ଲକ୍ଷ ଲକ୍ଷ ମାମଲା ରହିଛି ଯେଉଁଥିରେ ଲୋକମାନେ ନିର୍ଯାତିତ ହେବା ସହିତ ଅଶାଳୀନ ଭାଷାରେ କଥାବାର୍ତ୍ତା ହେଉଛନ୍ତି ଏବଂ ସେମାନଙ୍କୁ ଟ୍ରୋଲ କରାଯାଇଛି। ବର୍ତ୍ତମାନ କମ୍ପାନୀର ନୂତନ ନୀତି ପରେ ଉପଭୋକ୍ତାମାନେ ଏପରି କୌଣସି ଆକାଉଣ୍ଟକୁ ସ୍ଥଗିତ ରଖିବାକୁ ଅପିଲ କରିବାକୁ ସମର୍ଥ ହେବେ । ଯାହାକି ୟୁଜର୍ସମାନଙ୍କ ପାଇଁ ଏକ ବଡ ଶକ୍ତି ହେବ । ଏତତ୍ ବ୍ୟତୀତ ଏହି ନୂତନ ନିୟମ ଦ୍ୱାରା କିଛି ଟ୍ୱିଟର ୟୁଜର୍ସଙ୍କ ଗୁଣ୍ଡାଗର୍ଦି ମଧ୍ୟ ବନ୍ଦ ହୋଇଯିବ।

