fbpx

ନବ ଦାସ ହତ୍ୟା ମାମଲା: ୨୦୧୩ରେ ଗୋପାଳଙ୍କୁ ମିଳିଥିଲା ବନ୍ଧୁକ, ସାମ୍ନାକୁ ଆସିଲା ପିସ୍ତଲ ଇସ୍ୟୁର ଡକ୍ୟୁମେଣ୍ଟ

ଭୁବନେଶ୍ୱର: ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ନବଦାସଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ତନାଘନା ଆରମ୍ଭ ହୋଇଛି । ଏହି ମାମଲାର ଅଭିଯୁକ୍ତ ବହିଷ୍କୃତ ଏଏସଆଇ ଗୋପାଳ ଦାସଙ୍କୁ କୋର୍ଟରେ ହାଜର ପରେ ଝାରସୁଗୁଡ଼ା ଉପକାରାଗାରକୁ ପଠାଇ ଦିଆଯାଇଛି । ଏହାରି ମଧ୍ୟରେ ଅଭିଯୁକ୍ତ ଗୋପାଳଙ୍କୁ ନେଇ ଏପ ବଡ଼ ଖବର ସାମ୍ନାକୁ ଆସିଛି । ଖବର ମୁତାବକ, ୨୦୧୩ରୁ ଅଭିଯୁକ୍ତ ଗୋପାଳ ଦାସଙ୍କୁ ବନ୍ଧୁକ ଇସ୍ୟୁ ହୋଇଥିଲା । ୯ ଏମଏମ ପିସ୍ତଲ ସହ ୨୪ ରାଉଣ୍ଡ ଗୁଳି ଇସ୍ୟୁ ହୋଇଥିଲା । ୨୦୨୦ରେ ପୁରୁଣା ଗୁଳିକୁ ବଦଳାଇ ନୂଆ ଗୁଳି ଦିଆଯାଇଥିଲା । ୨୦୨୨ ଡିସେମ୍ବରରେ ରେଞ୍ଜ କୋର୍ସ ଫାଇରିଂରେ ଯୋଗ ଦେଇଥିଲେ । ତେବେ ଗୋପାଳଙ୍କୁ ବନ୍ଧୁକ ଇସ୍ୟୁର ହୋଇଥିବାର ଡକ୍ୟୁମେଣ୍ଟ ଗଣମାଧ୍ୟମକୁ ମିଳିଛି ।

ତେବେ ଗତ ଡିସେମ୍ବର ମାସରେ ରେଞ୍ଜ କୋର୍ସ କରି ସେ ଫାୟାର ଟ୍ରେନିଂ ନେଇଥିଲେ । ଜଣେ ଭଲ ସୁଟର ଥିଲେ ଗୋପାଳ । ତେବେ ଗୋପାଳଙ୍କ ବିଷୟରେ ଫାଣ୍ଡି ଷ୍ଟାଫ୍ ସମେତ ଥାନା ଷ୍ଟାଫଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ ଟିମ୍ । ଟ୍ରାଫିକ ଆରେଞ୍ଜମେଣ୍ଟ ଦାୟିତ୍ୱରେ ଥିଲେ ଗୋପାଳ । ରବିବାର ଟ୍ରାଫିକ କ୍ଲିୟରାନ୍ସ କରିଥିଲେ ଗୋପାଳ । ତେବେ ମନ୍ତ୍ରୀଙ୍କ ସହ ପୂର୍ବରୁ ସମ୍ପର୍କ ଥିଲା କି ନାହିଁ ସେନେଇ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ ।

ଅନ୍ୟପଟେ ନବ ଦାସଙ୍କ ହତ୍ୟାକାଣ୍ଡରେ କାରଣ ଖୋଜିବାକୁ ଡାଇରେକ୍ଟର ଇଣ୍ଟେଲିଜେନ୍ସ, ଡାଇରେକ୍ଟର ଲ’ ଆଣ୍ଡ ଅର୍ଡର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ପାଇଲଟିଂ ଫୋର୍ସ ଡିପ୍ଲୟମେଣ୍ଟ ଆଦି ଦିଗକୁ ନେଇ ଯାଞ୍ଚ ଆରମ୍ଭ କରିଛନ୍ତି । ପୂର୍ବତନ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ”ଇଣ୍ଟେଲିଜେନ୍ସ ରିପୋର୍ଟ ଓ ଏସ୍ଓପି ଫଲୋ କରାଯାଇଥିଲା କି ନାହିଁ । ସେ ଦିଗରେ ସଠିକ ଭାବେ ଜିଲ୍ଲା ଏସପି, ରେଞ୍ଜ୍ ଆଇଜି, ଡିଷ୍ଟ୍ରିକ ଇଣ୍ଟେଲିଜେନ୍ସର ପୋର୍ଟ ଥିଲା କି ନାହିଁ ଏ ତମାମ ଦିଗକୁ ନେଇ ଯାଞ୍ଚ ଆରମ୍ଭ ହୋଇଛି । ଆଇନ ଶୃଙ୍ଖଳା ଦୃଷ୍ଟିରୁ ୨୫ପ୍ଲାଟୁନ ଫୋର୍ସ ଝାରସୁଗୁଡ଼ା ଜିଲ୍ଲାରେ ମୁତୟନ ହୋଇଛନ୍ତି । ସମ୍ବେଦନଶୀଳ ସ୍ଥାନ ଓ ଲୋକଙ୍କ କ୍ରୋଧକୁ ଦୃଷ୍ଟିରେ ରଖି ପୋଲିସ ବିଭିନ୍ନ ଦିଗ ଉପରେ ନଜର ରଖିଛି ।”

Get real time updates directly on you device, subscribe now.