fbpx

LIC AAO Recruitment 2023: ଅନଲାଇନ ଆବେଦନ ପାଇଁ ଆଜି ଶେଷ ତାରିଖ: ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (LIC) ଆଜି ଜାନୁୟାରୀ ୩୧, ୨୦୨୩ ରେ ଏଲଆଇସି ଏଏଓ ନିଯୁକ୍ତି ୨୦୨୩ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ବନ୍ଦ କରିବ ।
ଯେଉଁ ଆଶାୟୀ ପ୍ରାର୍ଥୀମାନେ ଆସିଷ୍ଟାଣ୍ଟ ଆଡମିନିଷ୍ଟ୍ରେଟିଭ୍ ଅଫିସର (AAO) ପଦ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଏଲଆଇସିର ଅଫିସିଆଲ୍ ୱେବସାଇଟ୍ licindia.inକୁ ଯାଇ ସେମାନଙ୍କର ଆବେଦନ ପଞ୍ଜିକରଣ କରିପାରିବେ ।

ପୂର୍ଣ୍ଣ ଆବେଦନ ଫର୍ମରୁ ପ୍ରିଣ୍ଟ ବାହାର କରିବାର ଶେଷ ତାରିଖ ହେଉଛି ୧୫ ଫେବୃଆରୀ ୨୦୨୩ ଏବଂ ଅନଲାଇନ୍ ଫି ଦାଖଲ ପାଇଁ ଶେଷ ତାରିଖ ହେଉଛି ୩୧ ଜାନୁୟାରୀ ୨୦୨୩ । ଏହି ପଦବୀରେ ନିଯୁକ୍ତି ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ବିଜ୍ଞପ୍ତିରେ ସମସ୍ତ ଆବଶ୍ୟକୀୟ ତଥ୍ୟ ଯାଞ୍ଚ କରି ସେମାନଙ୍କ ଆବେଦନ ପଞ୍ଜିକରଣ କରିପାରିବେ ।

LIC AAO Recruitment 2023: ଏପରି କରନ୍ତୁ ଆବେଦନ
-ଏଲଆଇସିର ଅଫିସିଆଲ ୱେବସାଇଟ licindia.inକୁ ଯାଆନ୍ତୁ ।
-ହୋମପେଜରେ ଉପଲବ୍ଧ ଏଲଆଇସି କ୍ୟାରିଅର୍ ଲିଙ୍କରେ କ୍ଲିକ୍ କରନ୍ତୁ ।
– ଏକ ନୂଆ ପେଜ୍ ଖୋଲିବ ଯେଉଁଠାରେ ପ୍ରାର୍ଥୀମାନେ ଆବେଦନ କରିବାକୁ ଲିଙ୍କ୍ ପାଇବେ ।
– ଆବେଦନ ଲିଙ୍କରେ କ୍ଲିକ୍ କରନ୍ତୁ ଏବଂ ଆପଣଙ୍କର ପଞ୍ଜୀକରଣ ସଂପୂର୍ଣ୍ଣ କରନ୍ତୁ ।
– ପଞ୍ଜୀକରଣ ସରିବା ପରେ ଆବେଦନ ଫର୍ମ ପୂରଣ କରନ୍ତୁ ଏବଂ ଦେୟ ଦିଅନ୍ତୁ ।
– ଫାଇନାଲ୍ ଦାଖଲ କରନ୍ତୁ ଏବଂ ଆପଣଙ୍କ ସହିତ ଫର୍ମରୁ ଏକ ପ୍ରିଣ୍ଟ୍ ରଖନ୍ତୁ ।

ଅସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୭୦୦ / – ଥିବାବେଳେ ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୮୫ / – ଟଙ୍କା ରହିଛି । ପ୍ରାର୍ଥୀମାନେ ସରକାରୀ ନୋଟିଫିକେସରେ ନିର୍ଦ୍ଦିଷ୍ଟ ଶିକ୍ଷାଗତ ଯୋଗ୍ୟତା, ବୟସ ସୀମା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯାଞ୍ଚ କରିପାରିବେ । ଆଜି ସନ୍ଧ୍ୟାରେ ଆବେଦନ ଲିଙ୍କ ବନ୍ଦ ହେବ ।

Get real time updates directly on you device, subscribe now.