fbpx

ରଜୌରୀରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ; ଦୁଇ ଯବାନ ମୃତ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ରଜୌରୀ ଜିଲ୍ଲାର ନିୟନ୍ତ୍ରଣ ରେଖା ନିକଟରେ ଶନିବାର ଏକ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସେନାଅଧିକାରୀଙ୍କ ସହ ଜଣେ ଯବାନ ଶହୀଦ ହୋଇଛନ୍ତି । ଅନ୍ୟ ଜଣେ ଯବାନ ଆହତ ହୋଇଛନ୍ତି ।

ଶହୀଦ ଯବାନଙ୍କଚ ଚିହ୍ନଟ କରାଯାଇଛି ସେମାନେ ହେଲେ ଲେଫ୍ଟନାଣ୍ଟ ଋଷି କୁମାର ଏବଂ ସିପାହୀ ମଞ୍ଜିତ ସିଂହ । କଲାଲ ଅଞ୍ଚଳରେ ଏହି ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଉଭୟ ଗୁରୁତର ଭାବରେ ଆହତ ହୋଇଥିଲେ, ତୁରନ୍ତ ତାଙ୍କୁ ମିଲିଟାରୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଆହତ ହୋଇଥିବା ଅନ୍ୟ ଜଣେ ଯବାନ ଚିକିତ୍ସିତ ହେଉଛନ୍ତି ।

ରିପୋର୍ଟ ଅନୁଯାୟୀ, ନିୟମିତ ପାଟ୍ରୋଲିଂ ସମୟରେ ଲାଇନ୍ ଅଫ୍ କଣ୍ଟ୍ରୋଲ ନିକଟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ସେନା ଅଧିକାରୀ ଏବଂ ଯବାନ ଶିକାର ହୋଇଥିଲେ ।

ତେବେ ଏହି ଘଟଣାରେ ସେନା ଦୁଇ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛି । ଏହା ସହ ଶହୀଦଙ୍କ ପରିବାରଙ୍କୁ ସମ୍ବେଦନା ଜଣାଇଛନ୍ତି ।

Get real time updates directly on you device, subscribe now.