fbpx

ଆଶ୍ରମରେ ବନ୍ଧକ ରଖି ମହିଳାଙ୍କୁ ଗଣଦୁଷ୍କର୍ମ, ୨ ପୂଜାରୀ ଗିରଫ

ପଞ୍ଜାବ ଅମୃତସର ଜିଲ୍ଲାରେ ଏକ ଲଜ୍ଜାଜନକ ଘଟଣା ଘଟିଯାଇଛି । ସେଠାରେ ଥିବା ମନ୍ଦିରକୁ ପୂଜା ପାଇଁ ଯାଇଥିବା ୨ ମହିଳାଙ୍କୁ ଆଶ୍ରମରେ ବନ୍ଧକ ରଖି ଗଣଦୁଷ୍କର୍ମ କରିବା ଅଭିଯୋଗରେ ୨ ପୂଜାରୀ ବନ୍ଧାହୋଇଛନ୍ତି । ଆଶ୍ରମରେ ଚଢାଉ କରି ୨୫ ବର୍ଷ ଓ ୪୦ ବର୍ଷ ବୟସର ୨ ମହିଳାଙ୍କୁ ଉଦ୍ଧାର କରିଛି ପୋଲିସ । ଏଥିରେ ସମ୍ପୃକ୍ତ ଥିବା ୨ ଅପରାଧୀ ଏବେବି ଫେରାର ଥିବା ଜଣାପଡିଛି ।

ପୋଲିସର କହିବା ମୁତାବକ, କିଛି ଦିନ ପୂର୍ବରୁ ରାମ ତୀର୍ଥ ପରିସରରେ ଥିବା ଗୁରୁଜ୍ଞାନ ଆଶ୍ରମ ବାଲ୍ମିକୀ ତୀର୍ଥ ଆଶ୍ରମରେ ରହୁଥିବା ପୂଜାରୀ ଗିରଧାରୀ ନାଥ ଓ ତାଙ୍କ ଚେଲା ୨ ମହିଳାଙ୍କୁ ବନ୍ଧକ ରଖିଥିଲେ । ବନ୍ଧକ ରଖି ୨ ମହିଳାଙ୍କୁ ଆଶ୍ରମରେ ଥିବା ଗିରଧାରୀ ନାଥ ସାମେତ ସୁରଜ ନାଥ, ନଚତର ନାଥ ଓ ବରିନ୍ଦର ନାଥ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ । ମହିଳାଙ୍କ ଲିଖିତ ଅଭିଯୋଗ ପରେ ୨ ପୂଜାରୀଙ୍କୁ ଗିରଫ କରାଯାଇଛି । ଆଉ ୨ ଅଭିଯୁକ୍ତ ଫେରାର ଥିବା ବେଳେ ସେମାନଙ୍କୁ ଖୋଜିବାରେ ଲାଗପଡିିଛି ପୋଲିସ ।

Get real time updates directly on you device, subscribe now.