ଅଭାବନୀୟ ଘଟଣା, ପ୍ରଥମେ ଦୁଇ ଭାଇଙ୍କୁ ମାରିଦେଲେ ପରେ ଜଙ୍ଗଲରେ ପାଳ ପକାଇ ପୋଡିଦେଲେ

ପୂର୍ବ ଶତ୍ରୁତାରୁୁ ଚାଲିଗଲା ଦୁଇ ଭାଇଙ୍କ ଜୀବନ ।

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାରେ ଅଭାବନୀୟ ଘଟଣା । ବେଗୁନିଆପଡ଼ା ଥାନା ଶାଳବଣ ଗାଁ ଜଙ୍ଗଲରେ ରବିବାର ଦୁଇ ଭାଇଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ ହୋଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି ।

ମୃତକ ୨ ଭାଇ ହେଲେ ବଡ଼ ଭାଇ ସଞ୍ଜୟ ବାରିକ ଓ ସାନ ଭାଇ ଅଜୟ ବାରିକ । ହତ୍ୟା କରିବା ପରେ ପାଳ ପକାଇ ପୋଡି ଦେଇଥିଲେ ଦୁର୍ବୃତ୍ତ ।

ଖବର ଅନୁସାରେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ଜଙ୍ଗଲରେ ମାରି ଫିଙ୍ଗିଦେଲେ ଦୁର୍ବୃତ୍ତ । ଏହାପରେ ପାଳ ପକାଇ ଦୁଇ ଭାଇଙ୍କୁ ପୋଡ଼ି ଦେଇଛନ୍ତି ଦୁର୍ବୃତ୍ତ ।

ତେବେ ଜଙ୍ଗଲରେ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା । ଘଟଣା ସ୍ଥଳରେ ବେଗୁନିଆପଡ଼ା ପୋଲିସ, ପୁରୁଷୋତ୍ତମପୁର ଏସ୍‌ଡିପିଓ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଛି ।

ଦୁଇ ଭାଇଙ୍କ ନାମ ପୂର୍ବରୁ ମାମଲା ରହିଥିଲା । ତେବେ ଏହା ପଛର କାରଣ ପୂର୍ବ ଶତ୍ରୁତା ନା ଆଉ କିଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଚ ହୋଇପାରିବ ।