fbpx

ପୁଣି ଡରାଇଲା କରୋନା, ୨ ଶିଶୁଙ୍କ ନେଲା ଜୀବନ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ରାଜ୍ୟରେ କରୋନାରେ ଆଉ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି । ସେମାନେ ଉଭୟେ କନ୍ୟା ସନ୍ତାନ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍‌ କରି ଏହି ସୂଚନା ଦିଆଯାଇଛି । ଏହି ଦୁଇ ଶିଶୁଙ୍କ ମଧ୍ୟରୁ ଜଣଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ ଓ ତାକୁ ୫ ମାସ ହୋଇଥିଲା । ସେ ହୃଦ୍‌ରୋଗରେ ମଧ୍ୟ ଆକ୍ରାନ୍ତ ଥିଲା । ସେହିପରି ଅନ୍ୟ ଏକ କନ୍ୟା ସନ୍ତାନଟିକୁ ମାତ୍ର ୧୨ ଦିନ ହୋଇଥିଲା । ସେ କଟକ ଜିଲ୍ଲାର  । ସେ ହେମୋଗ୍ଲୋବିନୋପାଥିରେ ମଧ୍ୟ ଆକ୍ରାନ୍ତ ଥିଲା । କରୋନାରେ ପ୍ରାଣ ହରାଇଥିବା ଆଉ ୬୯ ଜଣଙ୍କ ସମ୍ପର୍କରେ ବିଭାଗ ପକ୍ଷରୁ ତଥ୍ୟ ଦିଆଯାଇଥିବା ବେଳେ ସେଥିରେ ଏହି ଦୁଇ କନ୍ୟା ସନ୍ତାନ ଅଛନ୍ତି ।

 

 

Get real time updates directly on you device, subscribe now.