fbpx

ଆସନ୍ତାକାଲିଠାରୁ ଦୁଇଦିନ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ, ଜାଣନ୍ତୁ କାହିଁକି

ଭୁବନେଶ୍ୱର, ୧୪ା୨ (ଓଡିଶା ଭାସ୍କର): ଆସନ୍ତାକାଲିଠାରୁ ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ । ଆସନ୍ତାକାଲି କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିବାରୁ ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ସ୍କୁଲ ବନ୍ଦ ରହିବା ନେଇ ସ୍କୁଲ ଓ ଗଣଣିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସ ସବିଶେଷ ସୂଚନା ପ୍ରଦାନ କରିଛନ୍ତି । ତେବେ ଆସନ୍ତା ୧୬ ତାରିଖ ଦିନ ସରସ୍ୱତୀ ପୂଜାରେ ମଧ୍ୟ ସ୍କୁଲ ବନ୍ଦ ରହିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଆସନ୍ତା ୧୫ ତାରିଖରେ ଓଡ଼ିଶା ବନ୍ଦ ଡାକରା କଂଗ୍ରେସ ପକ୍ଷରୁ ଦିଆଯାଇଛି । ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ । ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି । ରାଜ୍ୟର ସ୍ୱାର୍ଥ ପାଇଁ ଏହି ବନ୍ଦକୁ ସଫଳ କରିବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.