fbpx

ଶୋଇଥିବା ଅବସ୍ଥାରେ ଦଳିଦେଲା ଦନ୍ତା, ଦୁଇ ଶ୍ରମିକଙ୍କ ମୃତ୍ୟୁ

ସମ୍ବଲପୁର, ୨୪ା୩: ସମ୍ବଲପୁରରେ ଦନ୍ତା ଆକ୍ରମଣରେ ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଶ୍ରମିକମାନେ ଶୋଇଥିବା ସମୟରେ ଦନ୍ତା ସେମାନଙ୍କୁ ଗୋଡ଼ରେ ଦଳିଦେଇଥିଲା । ଫଳରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସଦର ଫରେଷ୍ଟ ରେଞ୍ଜ କୁଡେରନିଶା ଗାଁରେ ଦନ୍ତାର ଏହି ଉତ୍ପାତ ଦେଖିବାକୁ ମିଳିଥିଲା । ତେବେ ମୃତକ ଦ୍ୱୟ ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳର ବୋଲି ବୋଲି ଜଣାପଡ଼ିଛି । ଦନ୍ତା ସ୍ଥାନୀୟ ଅଞ୍ଚଳରେ ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି । ତେଣୁ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।

Get real time updates directly on you device, subscribe now.