fbpx

ଭିଜିଲାନ୍ସ ଜାଲରେ ପଡ଼ିଲେ ରାଜ୍ୟର ଦୁଇଜଣ ବଡ଼ ଅଧିକାରୀ: ଆରମ୍ଭ ହେଲା ରେଡ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟରେ ସରକାରୀ ବାବୁମାନଙ୍କର ବେଆଇନ କାରବାର ବଢ଼ିବାରେ ଲାଗିଛି । କ୍ରମାଗତ ଭାବେ ସରକାରୀ ଚାକିରିଆଙ୍କ ଠାରୁ ଲକ୍ଷ ଲକ୍ଷ, କୋଟି କୋଟି ଟଙ୍କା, ସୁନାଗହଣା, ଏକଧିକ ବିଲଡିଂ ଆଦି ଜବତ କରୁଛି ଭିଜିଲାନ୍ସ । ତେବେ ଏହି କ୍ରମରେ ଆଜି ରାଜ୍ୟର ଦୁଇଜଣ ସରକାରୀ ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ।

ସୂଚନା ମୁତାବକ, କଳାହାଣ୍ଡି ଜିଲ୍ଲା ଭବାନିପାଟଣାର କେବିକେ କ୍ଷୁଦ୍ର ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ କନ୍ଦର୍ପ ପ୍ରଧାନଙ୍କ ଘରେ ଭିଜିଲାନ୍ସ ରେଡ୍ ମାରିଛି । ତାଙ୍କର ଭୁବନେଶ୍ୱରର ଏସପ୍ଲାନେଡ ପଛପଟେ ଥିବା ଫ୍ଲାଟ, ଖାରବେଳ ନଗରରେ ଥିବା ଫ୍ଲାଟ, ସହିଦ ନଗରରେ ଥିବା ଫ୍ଲାଟ, ଅନୁଗୁଳରେ ଥିବା ଦୁଇ ମହଲା ଘର, ଖିଲାର ମୌଜାରେ ପାଚେରୀ ବୁଲିଥିବା ଘର, ଠାକୁରଗଡ଼ରେ ଥିବା ପୈତୃକ ଘର, କଳାହାଣ୍ଡିରେ ଥିବା ସରକାରୀ କ୍ୱାର୍ଟର, ସରକାରୀ କାର୍ଯ୍ୟାଳୟରେ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉରେ ୪ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର ଓ ଅନ୍ୟ ସଦସ୍ୟମାନେ ସାମିଲ ହୋଇଥିଲେ ।

ସେହିପରି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ଅଧିକାରୀ । ସେ ହେଉଛନ୍ତି ଯୋଡ଼ା ଖଣି ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ଉମେଶ ଜେନା । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶ୍ରୀ ଜେନାଙ୍କ ଏକାଧିକ ସ୍ଥାନରେ ଭିଜିଲାନ୍ସ ରେଡ୍ କରାଯାଇଛି । ତାଙ୍କର ଭୁବନେଶ୍ୱରର ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି ।

Get real time updates directly on you device, subscribe now.