fbpx
BJD SKY
BJD SKY

ଶାହରୁଖଙ୍କ ସୁରକ୍ଷା ଉପରେ ଉଠିଲା ବଡ ପ୍ରଶ୍ନ: ‘ମନ୍ନତ’ର ତୃିତୀୟ ମହଲାରେ ପଶିଗଲେ ୨ ଯୁବକ

BJD

ମୁମ୍ବାଇ: ଫିଲମ ‘ପଠାନ’କୁ ନେଇ ଖୁବ ଚର୍ଚ୍ଚାରେ ରହିଛନ୍ତି ବଲିଉଡର ବାଦଶାହ ଶାହରୁଖ । କିନ୍ତୁ କିଙ୍ଗ ଖାନ ଶାହରୁଖଙ୍କ ସୁରକ୍ଷାକୁ ନେଇ ଏବେ ଏକ ବଡ ପ୍ରଶ୍ନ ସୃଷ୍ଟି ହୋଇଛି । ମୁମ୍ବାଇର ବାନ୍ଦ୍ରାରେ ଥିବା ଶାହରୁଖଙ୍କ ଘର ‘ମନ୍ନତ’ରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି । ଯାହା ପରେ ଶାହରୁଖଙ୍କ ସୁରକ୍ଷା ବ୍ୟବସ୍ଥା ବର୍ତ୍ତମାନ ପ୍ରଶ୍ନଘେରରେ । ଜଣେ ସୁପରଷ୍ଟାରଙ୍କ ସୁରକ୍ଷାରେ ଏତେ କୋହଳ କିପରି କରାଯାଇପାରିଛି ବୋଲି ଉଠିଛି ପ୍ରଶ୍ନ ।

ସୂଚନା ଅନୁସାରେ, ସୁରତର ୨ ଯୁବକ ଗୁରୁବାର ରାତି ପ୍ରାୟ ୯.୩୦ରେ ମନ୍ନତ ଭିତରକୁ ପଶି ଆସିଥିଲେ । ସିକ୍ୟୁରିଟି ଗାର୍ଡଙ୍କୁ ଚକମା ଦେଇ ସେମାନେ ମନ୍ନତର ତୃତୀୟ ମହଲା ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ । ତେବେ ଏଠାରେ ସିକ୍ୟୁରିଟିଙ୍କ ନଜର ପଡିବାରୁ ଉଭୟଙ୍କୁ କାବୁ କରିଥିଲେ ଶାହରୁଖଙ୍କ ସୁରକ୍ଷାକର୍ମୀ । ଉଭୟ ଯୁବକଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରାଯାଇଛି । ବାନ୍ଦ୍ରା ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଇ ଥିବା ବେଳେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି । ବଙ୍ଗଳାରେ ବିନା ଅନୁମତିରେ ପ୍ରବେଶ କରିବା ସହିତ ଭାରତୀୟ ଦଣ୍ଡବିଧାନର ଅନ୍ୟ ଧାରା ଅନୁସାରେ ଏସବୁର ତଦନ୍ତ ଦାୟିତ୍ୱ ହାତକୁ ନେଇଛି ବାନ୍ଦ୍ରା ପୋଲିସ ।

ସେହିପରି କିଛି ଦିନ ତଳେ ଶାହରୁଖଙ୍କ ପତ୍ନୀ ଗୌରୀ ଖାନଙ୍କ ନାମରେ ମାମଲା ରୁଜୁ କରାଯାଇଛି । ଲକ୍ଷେ୍ନøରେ ଏକ ଫ୍ଲାଟ କିଣିବା ନେଇ କିରିଟ ଯଶୋବନ୍ତ ଶାହ ଏହି ଅଭିଯୋଗ ଆଣିଥିଲେ । କମ୍ପାନୀ ୮୬ ଲକ୍ଷ ଟଙ୍କା ଦେଇ ସାରିଥିବା ବେଳେ ତାଙ୍କୁ ଫ୍ଲାଟ ମିଳିନଥିବା ସେ ଅଭିଯୋଗ ଆଣିଛନ୍ତି । ତେବେ ଗୌରୀ ଖାନ ହେଉଛନ୍ତି ଏହି କମ୍ପାନୀର ବ୍ରାଣ୍ଡ ଆମ୍ବାସଡର । ତେଣୁ ତାଙ୍କୁ ଏହି ଅଭିଯୋଗରେ ସାମିଲ କରାଯାଇଛି ।

Get real time updates directly on you device, subscribe now.