fbpx

(Video) ଦୁଇ IPL ଦଳକୁ ଝଟକା ଦେଲା IND vs BAN ପ୍ରଥମ ଟି-୨୦ ମ୍ୟାଚ୍: Mega Auction ପୂର୍ବରୁ ବଢିଲା ଟେନସନ୍

ଓଡ଼ିଶା ଭାସ୍କର: ଆଜି ଗ୍ୱାଲିୟରରେ ଖେଳାଯାଉଛି ଭାରତ-ବାଂଲାଦେଶ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ । ଦମଦାର ବୋଲିଂ କରି ଟିମ ଇଣ୍ଡିଆ ବାଂଲାଦେଶକୁ ଖୁବ ପଛରେ ପକାଇ ଦେଇଛି । ଭାରତୀୟ ବୋଲରଙ୍କ ସଠିକ ବୋଲିଂରେ ବାଂଲାଦେଶର ବଡ଼ ସ୍କୋର କରିବା ସ୍ୱପ୍ନ ଧୂଳିସାତ୍ ହୋଇଯାଇଛି । ତେବେ ଆଜିର ଏହି ପ୍ରଥମ ଟି-୨୦ ମ୍ୟାଚ୍ ଅନ୍ୟ ୨ଟି ଦଳ ପାଇଁ ଖୁବ ମହଙ୍ଗା ପଡ଼ିଛି । ଆଇପିଏଲ-୨୦୨୫ ପୂର୍ବରୁ ୨ଟି ଦଳକୁ ଶକ୍ତ ଝଟକା ଦେଇଛି ଭାରତ-ବାଂଲାଦେଶ ପ୍ରଥମ ଟି-୨୦ ମ୍ୟାଚ୍ । ଆଇପିଏଲର ସନରାଇଜର୍ସ ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ଦଳ ପାଇଁ ଏହି ମ୍ୟାଚ୍ ଖୁବ ମହଙ୍ଗା ସାବ୍ୟସ୍ତ ହେବ ବୋଲି ଅନୁମାନ କରାଯାଉଛି ।

ବାଂଲାଦେଶ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି ଟିମ ଇଣ୍ଡିଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ଏହି ମ୍ୟାଚରେ ସ୍ପିଡ ଷ୍ଟାର ମୟଙ୍କ ଯାଦବ ଡେବୁ୍ୟ କରିଛନ୍ତି । ଭାରତର ପୂର୍ବତନ କ୍ରିକେଟର ମୁରଲୀ କାର୍ତ୍ତିକଙ୍କ ହାତରୁ ଟି-୨୦ ଡେବୁ୍ୟ କ୍ୟାପ୍ ଗ୍ରହଣ କରିଛନ୍ତି ମୟଙ୍କ । ସେହିପରି ଯୁବ ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀ ମଧ୍ୟ ଏହି ମ୍ୟାଚ୍ ଜରିଆରେ ଟି-୨୦ କ୍ରିକେଟରେ ପଦାର୍ପଣ କରିଛନ୍ତି । ପୂର୍ବତନ କ୍ରିକେଟର ପାର୍ଥିବ ପଟେଲ ନୀତିଶଙ୍କୁ ଡେବୁ୍ୟ କ୍ୟାପ୍ ପ୍ରଦାନ କରିଛନ୍ତି । ଏହାସହିତ ଉଭୟ ଖେଳାଳି ବର୍ତ୍ତମାନ କ୍ୟାପ୍ଡ ଖେଳାଳିଙ୍କ ତାଲିକାରେ ସାମିଲ ହୋଇଛନ୍ତି । ଏହାସହିତ ଆଇପିଏଲ-୨୦୨୫ ପାଇଁ ଏମାନଙ୍କୁ ଅନକ୍ୟାପ୍ଡ ଖେଳାଳି ଭାବରେ ଦଳ ସାମିଲ କରିପାରିବ ନାହିଁ । ଫଳରେ ଉଭୟଙ୍କ ଆଇପିଏଲ ଦଳକୁ ଶକ୍ତ ଝଟକା ଲାଗିଛି । ଆଇପିଏଲରେ ମୟଙ୍କ ଲକ୍ଷ୍ନୌ ଏବଂ ନୀତିଶ ହାଇଦ୍ରାବାଦ ତରଫରୁ ଖେଳୁଛନ୍ତି ।

ଆସନ୍ତାବର୍ଷ ଆଇପିଏଲ ପାଇଁ ମୟଙ୍କ ଯାଦବଙ୍କୁ ଅନକ୍ୟାପ୍ଡ ଖେଳାଳି ଭାବରେ ୪ କୋଟି ଟଙ୍କାରେ ରିଟେନ୍ କରିବା ଆଶାରେ ରହିଥିଲା ଲକ୍ଷ୍ନୌ ସୁପର ଜିଆଣ୍ଟସ । କିନ୍ତୁ ଏହି ମ୍ୟାଚରେ ସେ ଡେବୁ୍ୟ କରିବା ପରେ ଲକ୍ଷ୍ନୌ ତାଙ୍କୁ ଅନକ୍ୟାପ୍ଡ ଖେଳାଳି ଭାବରେ ରିଟେନ୍ କରାଯାଇ ପାରିବ ନାହିଁ । ତେଣୁ ଦଳରେ ମୟଙ୍କଙ୍କୁ ରଖିବା ପାଇଁ ହେଲେ କ୍ୟାପ୍ଡ ଖେଳାଳି ଭାବରେ(୧୮ କୋଟି, ୧୪ କୋଟି କିମ୍ବା ୧୧ କୋଟି) ସାମିଲ କରିବା ପାଇଁ ବାଧ୍ୟ ହେବ ଲକ୍ଷ୍ନୌ ସୁପର ଜିଆଣ୍ଟସ ।

ଅନ୍ୟ ପକ୍ଷରେ ନୀତିଶ କୁମାର ରେଡ୍ଡୀଙ୍କୁ ସନରାଇଜର୍ସ ହାଇଦ୍ରାବାଦ ରିଟେନ୍ କରିବାର ସମ୍ଭବନା ଖୁବ କମ୍ ରହିଥିଲେ ମଧ୍ୟ ତାଙ୍କ ୪ କୋଟି ଖର୍ଚ୍ଚରେ ଅନକ୍ୟାପ୍ଡ ଖେଳାଳି ଭାବରେ ରଖା ଯାଇ ପାରିଥାନ୍ତା । କିନ୍ତୁ ବର୍ତ୍ତମାନ ହାଇଦ୍ରାବାଦ ହାତରୁ ଏହି ସୁଯୋଗ ମଧ୍ୟ ହାତଛଡ଼ା ହୋଇଯାଇଛି । ତେଣୁ ଉଭୟ ଦଳ ମୟଙ୍କ ଏବଂ ନୀତିଶଙ୍କ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ । ନଚେତ୍ ଉଭୟ ଖେଳାଳିଙ୍କୁ ହାତଛଡ଼ା କରିପାରନ୍ତି ସନରାଇଜର୍ସ ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ।

Get real time updates directly on you device, subscribe now.