fbpx

Breaking: କ୍ୟାମ୍ପରେ ହଠାତ୍ ଏମିତି କିଛି ଘଟିଲା କି, ସାଥୀ ଯବାନଙ୍କ ଗୁଳିରେ ଟଳିପଡିଲେ ଦୁଇ ଯବାନ

ଛତିଶଗଡ: ସାଥୀ ଯବାନଙ୍କ ଗୁଳିରେ ଦୁଇ ଯବାନ ନିହତ । ମୃତକ ଦୁଇ ଯବାନ ହେଲେ ରୂପେଶ ପାଟେଲ ଓ ସନ୍ଦୀପ ପାଣ୍ଡେ । ଅନ୍ୟ ଦୁଇ ମଧ୍ୟ ଗୁଳି ମାଡରେ ଗୁରୁତର ହୋଇଛନ୍ତି । ଘଟଣା ପରେ ଅନ୍ୟ ସାଥୀ ଯବାନମାନେ ଅଭିଯୁକ୍ତ ଯବାନ ଅଜୟ ସିଦାରଙ୍କୁ କାବୁ କରି ନେଇଛନ୍ତି । ଛତିଶଗଡ, ବଳରାମପୁର ଜିଲ୍ଲା ସାମରି ଥାନା, ଭୂତାହୀ କ୍ୟାମ୍ପରେ ଏମିତି ଅଭାବନୀୟ ଘଟଣା ଘଟିଛି ।

ଛତିଶଗଡ ସଶସ୍ତ୍ର ବାହିନୀ କ୍ୟାମ୍ପରେ ଏମିତି ଅଘଟଣ ବୁଧବାର ପ୍ରାୟ ୧୧ଟାରେ ଘଟିଯାଇଛି । ସମ୍ରି ପାଥ ଥାନା ଭୁଟାହି ମୋର ଅଞ୍ଚଳରେ ତିବା ସିଏଏଫ ୧୧ ତମ ବାଟାଲିୟନର ବି କମ୍ପାନୀ କ୍ୟାମ୍ପରେ ଦୁଇ ଯବାନ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

ଆହତ ଯବାନଙ୍କୁ କୁସମି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ଘଟଣା ପଛର କାରଣ ଅସ୍ପଷ୍ଟ ଥିବା ବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.