fbpx

ଦଳ ବିରୋଧୀ କାମ ପାଇଁ ବିଜେଡିରୁ ବାହାରିଲେ ୨ ନେତା: ସୁପ୍ରିମୋଙ୍କ ନିର୍ଦ୍ଦେଶ

ଅନୁଗୁଳ(ଓଡ଼ିଶା ଭାସ୍କର): ଦୁର୍ନୀତିଖୋର ଲୋକଙ୍କ ବିରୋଧରେ କଡ଼ା ପଦକ୍ଷେପ ନେଉଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହାରି ମଧ୍ୟରେ ଅନୁଗୁଳ ଆଠମଲ୍ଲିକ ଏନଏସସିର ନିହାର ହୋତା ଓ ସନ୍ତୋଷ ହୋତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ସେମାନଙ୍କୁ ନିଲମ୍ବିତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଏହା ପୂର୍ବରୁ ଗତକାଲି କେନ୍ଦୁଝର ଜିଲ୍ଲା ବିଜେଡି ଉପସଭାପତିଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା । ଦଳ ବିରୋଧୀ କାର୍ଯ୍ୟ ପାଇଁ ରବୀନ୍ଦ୍ର କୁମାର ଦାସ ବିଜେଡିରୁ ନିଲମ୍ବିତ ହୋଇଥିବା ସୂଚନା ମିଳିଥିଲା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶାକ୍ରମେ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା ।

ନିକଟରେ ବିଜେଡିରୁ ନିଲମ୍ବିତ ହୋଇଛନ୍ତି ଅନୁଗୁଳର କ୍ଷିରୋଦ ବଘାର । ଦଳ ବିରୋଧୀ କାମ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବାହାର କରିଛନ୍ତି । ଏନେଇ ଗଣମାଧ୍ୟମ ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି । ଏହା ପୁର୍ବରୁ ସୁନ୍ଦରଗଡ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଅଶୋକ ସାଇ ଦଳରୁ ନିଲମ୍ବିତ କରିଥିଲେ ନବୀନ । ଦଳ ବିରୋଧୀ କାମ ପାଇଁ ବିଜେଡି ସୁପ୍ରିମୋ ତାଙ୍କୁ ଦଳରୁ ବାହାର କରିଥିବା ସୂଚନା ।

Get real time updates directly on you device, subscribe now.