ନୂଆଦିଲ୍ଲୀ: ନାଇଟ୍ କ୍ଲବ ବାହାରେ ବିସ୍ଫୋରଣ । ବାଦଶାହଙ୍କ ନାଇଟ୍ କ୍ଲବ ବାହାରେ ସକାଳୁ ବିସ୍ଫୋରଣ ହୋଇଛି । ଚଣ୍ଡିଗଡର ଦୁଇଟି ନାଇଟ୍ କ୍ଲବ ବାହାରେ ବିସ୍ଫୋରଣ ହୋଇଛି । ତେବେ ଏହା ରାପ ବାଦଶାହଙ୍କର ବୋଲି ଜଣାପଡିଛି । ତେବେ ବିସ୍ପୋଫରଣ ପରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ଅଜ୍ଞାତ ଅବସ୍ଥାରେ ବ୍ୟକ୍ତି ବାଇକ ଆସି ସେକ୍ଟର ୨୬ରେ ଅବସ୍ଥିତ ନାଇଟ୍ କ୍ଲବରେ ବିସ୍ଫୋରଣ କରିଥିଲେ । ଭୋଟ ପ୍ରାୟ 4 ଟା ସମୟରେ ଏହି ବିସ୍ଫୋରଣ କରାଯାଇଥିଲା । ତେବେ ସ୍ବଦେଶୀ ବୋମା ସାହାଯ୍ୟରେ ବିସ୍ଫୋରଣ କରାଯାଇଥିବା ଜଣାପଡିଛି । ତେବେ ଏହି ବିସ୍ପୋରଣ ଅଧିକ କ୍ଷୟକ୍ଷତି ହୋଇ ନାହିଁ । ଘଟଣାସ୍ଥଳରେ ଫରେନସିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏନେଇ ପୋଲିସ ପକ୍ଷରୁ କୁହାଯାଇଛି ଯେ, ଚଣ୍ଡିଗଡ ନାଇଟ୍ କ୍ଲବ ବାହାରେ ସ୍ବଦେଶୀ ବମ୍ ପକାଇ ବିସ୍ଫୋରଣ କରାଯାଇଥିଲା । ତେବେ ଘଟଣାସ୍ଥଳରେ ଝୋଟର କିଛି ରଶି ମଧ୍ୟ ଜବତ କରାଯାଇଥିଲା । ତେବେ ଯେଉଁ ସମୟରେ ବିସ୍ଫୋରଣ ହୋଇଥିଲା ସେହି ସମୟରେ କେହି ଉପସ୍ଥିତ ନଥିଲେ । ତେବେ କେବଳ ଆତଙ୍କ ମଚାଇବା ପାଇଁ ଏଭଳି କରାଯାଇଥିବା କୁହାଯାଉଛି । ତେବେ ତଦନ୍ତ ଜାରି ରହିଛି ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କୁହାଯାଇଛି ।
Chandigarh के सेक्टर-26 में क्लब के बाहर ब्लास्ट हुआ है।
सुबह करीब 3 बजे दो बाइक सवारों ने विस्पोटक पदार्थ फेंका है। De’orra Club के शीशे टूटे हैं।
यहां पास में ही मशहूर सिंगर-रैपर Badshah का भी रेस्टोरेंट है। pic.twitter.com/0QbJkZ82GG
— Rishu Raj Singh (@rishuraj_chd) November 26, 2024