fbpx

ନିଆଁରେ ପୋଡ଼ି ହୋଇ ଗୋଟିଏ ପରିବାରର ୨ ମୃତ, ୩ ଗୁରୁତର

ବ୍ରହ୍ମପୁର(ଓଡ଼ିଶା ଭାସ୍କର): କଲ୍ୟାଣସିଂହପୁର ଶିକରପାଇରେ ଘଟିଯାଇଛି ଏକ ବଡ଼ ଅଘଟଣ । ନିଆଁରେ ପୋଡ଼ିଯିବା କାରଣରୁ ୫ ଜଣ ଗୁରୁତର ଆହତ ହୋଇଥିଲେ । ଗୋଟିଏ ପରିବାରର ୫ ଗୁରୁତରଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଛି । ବାପା ଦୟାନଧି ବେହେରା ଓ ମା’ ଲକ୍ଷ୍ମୀ ବେହେରାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ସେମାନଙ୍କର ମୃତ୍ୟୁ ଘଟିଛି । ପରିବାରର ୨ ପୁଅ ଓ ଜଣେ ବୋହୂଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ପାଉଁରୁଟି ଫ୍ୟାକ୍ଟ୍ରିରେ କାମ କରୁଥିବା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.