fbpx

କଟକ: ପୋଖରୀରେ ବୁଡି ଦୁଇ ନାବାଳିକାଙ୍କର ମୃତ୍ୟୁ

Advertisement

କଟକ: କଟକ ସଦର ଥାନା ଅନ୍ତର୍ଗତ କୁରାଙ୍ଗ ପ୍ରଧାନ ଗାଁରେ ଘଟିଛି ଅଭାବନିୟ ଘଟଣା । ପୋଖରୀରେ ବୁଡି ଦୁଇ ନାବାଳିକାଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ କୁରାଙ୍ଗ ପ୍ରଧାନ ଗାଁର ଅସ୍ରଫ ଅହମଦଙ୍କର ୧୦ ବର୍ଷର ଝିଅ ସାଫିୟା ଖାତୁନ ଓ ରାଜେଶ ସାହାନିକ୍ ଙ୍କର ୧୦ ବର୍ଷର ଝିଅ ନନ୍ଦିନୀ କୁମାରୀ ପଞ୍ଚାୟତ ପୋଖରୀକୁ ଗାଧୋଇବାକୁ ଯାଇ ନଫେରିବାରୁ ଘର ଲୋକ ଖୋଜା ଖୋଜି କରିଥିଲେ।

ପରେ ପୋଖରୀରୁ ତାଙ୍କୁ ମୁର୍ମୁଷ ଅବସ୍ଥାରେ ଉଧାର କରି ମହିଧରପଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣା ସ୍ଥଳରେ କଟକ ସଦର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.