fbpx

ଭିଜିଲାନ୍ସ ଜାଲରେ ଦୁଇଜଣ ବାବୁ

ବଲାଙ୍ଗିର, ୩୧ା୧୨ (ଓଡିଶା ଭାସ୍କର): ବଲାଙ୍ଗିର ଜିଲ୍ଲାରେ ଭିଜିଲାନ୍ସ ପୁଣି ରେଡ କରିଛି । ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଇଁତଲା ବ୍ଲକ ଭାରପ୍ରାପ୍ତ ଜିପିଓଙ୍କ ଘରେ ଚଢ଼ାଉ କରାଯାଇଛି ।

ଜିପିଓଙ୍କ ନାମ ବିହାରୀ ଲାଲ ବାରିକ । ଶ୍ରୀ ବାରିକଙ୍କ ଶାନ୍ତିପଡ଼ା ବାସଭବନରେ ଚଢ଼ାଉ କରାଯାଇଥିଲା । ସେହିପରି ଭିଜିଲାନ୍ସ ଜାଲରେ ଆଉ ଜଣେ ବ୍ୟାଙ୍କ ମ୍ୟାନେଜର ଫସିଛନ୍ତି । ତାଙ୍କର ନାମ ହେଉଛି ସାଗର ରଣା । ଶ୍ରୀ ରଣା ବଲାଙ୍ଗିର ବିଡିସିସି ବ୍ୟାଙ୍କର ମ୍ୟାନେଜର ଅଟନ୍ତି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଭିଜିଲାନ୍ସ ରେଡ କରିଥିବା ଜଣାପଡ଼ିଛି । ଚଢ଼ାଉ ବେଳେ ତାଙ୍କ ଠାରୁ ସୁନା ଓ ଗହଣା ଜବତ କରାଯାଇଛି । ତାଙ୍କର ଘର ଓ ଅଫିସରେ ଭିଜିଲାନ୍ସ ଟିମ୍ ରେଡ କରିଥିଲା ।

Get real time updates directly on you device, subscribe now.