fbpx

କୋଟା ପାଇଁ କଳା ଦିବସ: ଗୋଟିଏ ଦିନରେ ଆତ୍ମହତ୍ୟା କଲେ ଦୁଇ ଛାତ୍ର, କାହିଁକି ଜୀବନ ହାରୁଛନ୍ତି ନିରୀହ ପିଲା

ନୂଆଦିଲ୍ଲୀ: ରାଜସ୍ଥାନର କୋଟା ଦେଶର ଏକ ବଡ଼ ଶିକ୍ଷା କେନ୍ଦ୍ର ଭାବେ ଉଭା ହୋଇଥିଲେ ହେଁ ଏବେ ଛାତ୍ରଛାତ୍ରୀଙ୍କ ମୃତ୍ୟୁକୁ ନେଇ କୋଟା ଚର୍ଚ୍ଚାରେ ରହିଛି । ଜୀବନର ସ୍ୱପ୍ନ ପୂରଣ ପାଇଁ କୋଟାରୁ ଦେଶର କୋଣ ଅନୁକୋଣରୁ ଆସୁଥିବା ଛାତ୍ରଛାତ୍ରୀଙ୍କର ଅକାଳରେ ମୃତ୍ୟୁ ଘଟୁଛି । ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୨୦ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା ବେଳେ ପୁଣି ଆସିଛି ଦୁଃଖ ଖବର । ଆଜି ପୁଣି ଦୁଇଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି ।

ତେବେ ଦୁଇ ଛାତ୍ର ଆତ୍ମହତ୍ୟା କରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପରୀକ୍ଷା ଉପରେ ଦୁଇ ମାସ ପାଇଁ ରୋକ ଲାଗୁ କରାଯାଇଛି । ଡାକ୍ତର ହେବାର ସ୍ୱପ୍ନ ନେଇ କୋଚିଂ ପାଇଁ ଦୂରଦୂରାନ୍ତରୁ ଆସୁଥିବା ଅନେକ ମେଧାବୀଙ୍କ ସ୍ୱପ୍ନ ସବୁଦିନ ପାଇଁ ବନ୍ଦୀ ହୋଇ ରହିଯାଉଛି । ମହାରାଷ୍ଟ୍ରରୁ କୋଟାକୁ ପଢ଼ିବାକୁ ଆସିଥିବା ଆବିଷ୍କାର ନାମକ ଜଣେ ଛାତ୍ର ବିଲଡିଂ ଉପରୁ ଡେଇଁ ଆତ୍ମହତ୍ୟା କରିଥିଲେ । ସେହିପରି ବିହାରରୁ କୋଟାକୁ ପଢ଼ିବାକୁ ଆସିଥିବା ଆଦର୍ଶଙ୍କ ମୃତ୍ୟୁ ଖବର ସଭିଙ୍କୁ ତାଜୁବ କରିଦେଇଥିଲା ।

ତେବେ ଦୁଇ ଛାତ୍ରଙ୍କ ମୃତ୍ୟୁକୁ ନେଇ ପୁଣି ଥରେ କୋଟା ପ୍ରଶାସନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦୁଇ ମାସ ପାଇଁ ଟେଷ୍ଟ ବନ୍ଦ କରିଦେଲେ କ’ଣ ଏହି ଘୃଣ୍ୟ ରୀତିର ପରିସମାପ୍ତି ଘଟି ପାରିବ ବୋଲି ଅନେକ କହିଛନ୍ତି । ଚଳିତ ବର୍ଷ ଏଯାବତ୍ ୨୦ ଜଣ ଆତ୍ମହତ୍ୟା କରିସାରିଲେଣି । ଗତ ୨୦୧୯ରୁ ୨୦୨୨ ମଧ୍ୟରେ ୫୨ ଜଣ, ୨୦୨୨ରେ ୧୦ ଦିନରେ ୪ ଜଣ, ୧୨ ଘଣ୍ଟାରେ ୩ ଜଣ ପିଲା ଜୀବନ ହାରିଥିଲେ । ତେବେ ଇଣ୍ଟରନାଲ ଆସେସମେଣ୍ଟ, ପ୍ରେମ କାହାଣୀ, ବ୍ଲାକମେଲିଂ, ପିତାମାତାଙ୍କ ମହତ୍ତ୍ୱାକାଂକ୍ଷୀ ଆତ୍ମହତ୍ୟାର କାରଣ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିବା ବେଳେ ପିଲାଙ୍କ ପ୍ରତିଭାକୁ ଠିକରେ ଚିହ୍ନିବା, ବନ୍ଧୁ ଭଳି ବ୍ୟବହାର କରିବା, ସର୍ତ୍ତ ନ ରଖିବା, ସ୍ୱପ୍ନ ପାଇଁ ଚାପମୁକ୍ତ କରାଇବା, ଅଧିକ ଆଶା ନ କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.