ବୈତରଣୀ କେଶରି କୁଣ୍ଡରେ ଗାଧୋଇବା ବେଳେ ବୁଡ଼ି ଯିବାରୁ ୨ ଛାତ୍ର ମୃତ

ଚମ୍ପୁଆ :  ଗାଧୋଇବା ବେଳେ ବୁଡ଼ିଗଲେ ୨ ଦଶମ ଛାତ୍ର। ସରେଇ ବୈତରଣୀ ନଦୀ କେଶରୀ କୁଣ୍ଡରେ ଗାଧୋଇବା ବେଳେ ଦୁଇ ଛାତ୍ର ବୁଡି ଯାଇ ମୃତ୍ୟୁବରଣ କରିଛନ୍ତି। ମୃତ ଛାତ୍ରଙ୍କ ମଧ୍ୟରୁ ଜଣେ ଚମ୍ପୁଆ କେରଳା ଇଂରାଜୀ ମିଡିୟମ ବିଦ୍ୟାଳୟର ଛାତ୍ର ବୋଲି ଜଣାପଡିଛି।

 

ତେବେ ୮ ଜଣ ଛାତ୍ର ସାଙ୍ଗହୋଇ ଗାଧୋଇବା ବେଳେ ୨ ଜଣ ବୁଡିଯାଇଥିବା ଜଣାପଡିଛି। ସମସ୍ତ ଛାତ୍ର ରାମଲାର ଏକ ଘରୋଇ ହଷ୍ଟେଲରେ ରହୁଥିଲେ।