ରାସନ କାର୍ଡ ଧାରକଙ୍କ ପାଖେ ରହିଲା ଏତିକି ଦିନ, ଏହା ନକଲେ ମିଳିବନି ଦୁଇଟି ଜିନିଷ

ନୂଆଦିଲ୍ଲୀ: ଭାରତ ସରକାର ନେସନାଲ ଫୁଡ ସିକ୍ୟୁରିଟି ଆକ୍ଟ ଅନୁଯାୟୀ, ଗରିବ ଲୋକଙ୍କୁ କମ ମୂଲ୍ୟରେ ରାସନ ପ୍ରଦାନ କରୁଛନ୍ତି। ସରକାରଙ୍କ ଏହି ଯୋଜନାଗୁଡିକର ଲାଭ ଉଠାଇବା ପାଇଁ ରାସନ କାର୍ଡର ଆବଶ୍ୟକତା ପଡିଥାଏ। ହେଲେ ବର୍ତ୍ତମାନ ରାସନ କାର୍ଡ ଧାରକଙ୍କ ପାଖରେ କିଛି ଦିନର ସମୟ ରହିଛି। ଏହା ପରେ ରାସନ କାର୍ଡ ଧାରକଙ୍କୁ ଦୁଇଟି ଜିନିଷ ମିଳିବା ବନ୍ଦ ହୋଇଯିବ।

ସରକାର ସମସ୍ତ ରାସକାର୍ଡ ଧାରକଙ୍କୁ ସୂଚନା ଜାରି କରିଛନ୍ତି ଯେ, ସମସ୍ତ ରାସନ କାର୍ଡ ଧାରକଙ୍କୁ ଇ-କେୱାଇସି ପୂରଣ କରିବାକୁ ପଡିବ। ଯେଉଁ ରାସନ କାର୍ଡ ଧାରକ ନିଜ ଇ-କେୱାଇସିର ପ୍ରକ୍ରିୟା ପୂରଣ କରିବେନି, ସେହି ରାସନ କାର୍ଡ ଧାରକଙ୍କୁ ଦୁଇଟି ଜିନିଷ ମିଳିବା ବନ୍ଦ ହୋଇଯିବ। ନିୟମ ଅନୁସାରେ, ଯେଉଁ ରାସନ କାର୍ଡ ଧାରକ ଇ-କେୱାଇସି ପୂରଣ କରିବେନି ସେମାନଙ୍କୁ ଚାଉଳ ଏବଂ ଚିନି ମିଳିବ ନାହିଁ।

ସରକାର ରାସନକାର୍ଡର ଇ-କେୱାଇସି କରିବା ଲାଗି ପୂର୍ବରୁ ୩୧ ସେପ୍ଟେମ୍ବର ୨୦୨୪ ଶେଷ ତାରିଖ ଧାର୍ଯ୍ୟ କରିଥିଲେ। ଏହା ପରେ ଏହି ଡେଡଲାଇନକୁ ଏକ ମାସ ପର୍ଯ୍ୟନ୍ତ ବଢାଇ ୩୧ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ କରିଥିଲେ। ତେବେ ବର୍ତ୍ତମାନ ଏହାକୁ ବଢାଯାଇ ୩୧ ଡିସେମ୍ବର ୨୦୨୪ କରାଯାଇଛି। ଏହି ତାରିଖ ମଧ୍ୟରେ ଯଦି କିଏ ଇ-କେୱଇସି ପୂରଣ ନ କରନ୍ତି ତେବେ ରାସନରେ ଚାଉଳ ଏବଂ ଚିନି ମିଳିବ ନାହିଁ।