fbpx

ରାଜଧାନୀରେ ପହଞ୍ଚିଲେ ଦୁଇ କେନ୍ଦ୍ର ମନ୍ତ୍ରୀ : ବିଜେପି ତରଫରୁ ଭବ୍ୟ ସ୍ୱାଗତ

ଭୁବନେଶ୍ୱର : ଆଜି ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଲେ ଦୁଇ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଓ ଧର୍ମେନ୍ଦ୍ର ପ୍ରଧାନ । ଦିନିକିଆ ଓଡ଼ିଶା ଗସ୍ତରେ ଦୁଇ କେନ୍ଦ୍ରମନ୍ତ୍ରୀ ଆସିଛନ୍ତି । ବିମାନ ବନ୍ଦରରେ ବିଜେପି ତରଫରୁ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ଜଣାଯାଇଛି । ସ୍ୱାଗତ ଜଣାଇବା ପାଇଁ ଭାରତୀୟ ଜନତା ପାର୍ଟିର କର୍ମଚାରିଙ୍କ ବିମାନ ବନ୍ଦରରେ ଭିଡ ଲାଗିଥିଲା ।

ଦୁହେଁ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଦୁଇଟି ପ୍ରତିଷ୍ଠିତ ଖବରକାଗଜ ‘ସମ୍ବାଦ’ ଓ ‘ପ୍ରଜାତନ୍ତ୍ର’ର ବାର୍ଷିକ ଉସ୍ରବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ଉତ୍କଳ ବିଶ୍ୱ ବିଦ୍ୟାଖୟରେ ‘ ମୋ ଦେଶ ମୋ ମାଟି’ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.