fbpx

ଏକ୍ ଫୁଲ ଦୋ ମାଲି: ଜଣେ ସ୍ୱାମୀ ପାଇଁ ଦୁଇ ସ୍ତ୍ରୀଙ୍କ ମଧ୍ୟରେ ଟଣାଓଟରା, ଦେଖନ୍ତୁ ଭିଡିଓ

କାକଟପୁର(ଓଡ଼ିଶା ଭାସ୍କର):କାକଟପୁର ଥାନା ଅନ୍ତର୍ଗତ ବାଙ୍ଗୁରିଗାଁ କଣିଆ ଗ୍ରାମର ଜଣେ ଯୁବକ ନିଜ ପତ୍ନୀ କୁ ନେଇ ଭୁବନେଶ୍ୱର ରେ ରହୁଥିଲେ । କିନ୍ତୁ ସ୍ୱାମୀ ନିଖୋଜ ହୋଇଯାଇଥିଲେ ପତ୍ନୀ ବିଭିନ୍ନ ଜାଗା ଖୋଜୁଥିବା ବେଳେ ଗତ ପାଞ୍ଚ ଦିନ ହେଲା ପୂର୍ବପତ୍ନୀ ଙ୍କୁ କଲ କରି ଜଣେ ମହିଳା କହିଥିଲେ ତୁମ ସ୍ୱାମୀ କଟକ ନୂଆବଜାର ରେ ମୋ ପାଖରେ ଅଛି ଓ ତାଙ୍କ ଶରୀର ରେ ନିଆଁ ଲାଗିଯାଇଛି । ଏ ନେଇ ଭୁବନେଶ୍ୱର ରହୁଥିବା ପତ୍ନୀ କାକଟପୁର ଆସି କାକଟପୁର ଥାନା ରେ ଅଭିଯୋଗ କରିଥିଲେ । ବର୍ତମାନ ଦୁଇ ମହିଳା ଦାବୀ କରୁଛନ୍ତି ସ୍ୱାମୀ ବୋଲି. ଯାହାକୁ ନେଇ ମହିଳା କମିଶନରେ ମାମଲା ବିଚରା ଧୀନ ଥିବା ବେଳେ ଦୁଇ ମହିଳା କାକଟପୁର ଥାନା ରେ ସ୍ୱାମୀ କୁ ନେବା ପାଇଁ ବସିଥିବା ବେଳେ ଏ ପର୍ୟ୍ୟନ୍ତ ସ୍ୱାମୀଙ୍କ ପ୍ରତିକ୍ରିୟା ମିଳିନାହିଁ ।

ସ୍ୱାମୀ ଗୋଟିଏ କିନ୍ତୁ ସ୍ତ୍ରୀ ଦୁଇଟା । ଏ କହୁଛି ସ୍ୱାମୀ ମୋର ସେ କହୁଛି ତାର । ଏଭଳି ସ୍ୱାମୀଙ୍କୁ ନେଇ ଦୁଇ ପତ୍ନୀଙ୍କ ମଧ୍ୟରେ ଚାଲିଲା ଟଣାଓଟରା । ଥାନା ଅଗରେ ଧାରଣା ଦେଲେ ଉଭୟ ପତ୍ନୀ । ଉଭୟଙ୍କ ମଧ୍ୟରେ ସ୍ୱାମୀକୁ ନେଇ ଚାଲିଲା କଥା କଟାକଟି । । ଚାଲିଲା ସ୍ୱାମୀ କାହାର ତୋର ନା ମୋର । ଏଭଳି ଘଟଣା ଘଟିଛି କାକଟପୁର ଥାନା ଅନ୍ତର୍ଗତ ବାଙ୍ଗୁରିଗାଁ କଣିଆ ଗାଁରେ । ଏହି ଗାଁର ଜଣେ ଯୁବକ ନିଜ ପତ୍ନୀକୁ ନେଇ ଭୁବନେଶ୍ୱରରେ ରହୁଥିଲେ । ତେବେ ତାଙ୍କ ସ୍ୱାମୀ ନିଖୋଜ ହୋଇଯାଇଥିଲେ ।

ଏନେଇ ତାଙ୍କ ପତ୍ନୀ ବିଭିନ୍ନ ସ୍ଥାନରେ ଖୋଜାଖୋଜି କଲେ । ତେବେ ୫ ଦିନ ତଳେ ଜଣେ ମହିଳା ଫୋନ କରି କହିଥିଲେ ତୁମ ସ୍ୱାମୀ କଟକ ନୂଆବଜାରରେ ମୋ ପାଖରେ ଅଛନ୍ତି । ଏବଂ ତାଙ୍କ ଶରୀରରେ ନିଆଁ ଲାଗିଯାଇଛି । ଏହାପରେ ତାଙ୍କ ପତ୍ନୀ ଭୁବନେଶ୍ୱରରୁ କାକଟପୁର ଯାଇ କାକଟପୁର ଥାନା ରେ ଅଭିଯୋଗ କରିଥିଲେ । ଆଉ ଏବେ ଦୁଇ ମହିଳାଙ୍କ ମଧ୍ୟରେ ସ୍ୱାମୀଙ୍କୁ ନେଇ ଚାଲିଲା ହଟ୍ଟଗୋଳ । ଉଭୟେ ଦାବି କଲେ ସ୍ୱାମୀ ସେମାନଙ୍କର ବୋଲି । ଏପରିକି ମମଲା ଗଲା ମହିଳା କମିଶନଙ୍କ ନିକଟକୁ । ବର୍ତ୍ତମାନ ଏହା ବିଚାରଧୀନ ଥିବାବେ୧ଳେ ଦୁଇ ମହିଳା କାକଟପୁର ଥାନାରେ ସ୍ୱାମୀଙ୍କୁ ନେବାକୁ ଅଡି ବସିଛନ୍ତି । କିନ୍ତୁ ଅନ୍ୟପଟେ ଏହି ମାମଲାକୁ ନେଇ ସ୍ୱାମୀଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

Get real time updates directly on you device, subscribe now.