fbpx

ରେଷ୍ଟୁରାଣ୍ଟରେ ପରଷା ଯାଉଛି ଅଜବ ଖାଦ୍ୟ: ଦେଖିଲେ ଡରୁଛନ୍ତି ଖାଇବା ଲୋକ

ଆମେ ରେଷ୍ଟୁରାଣ୍ଟକୁ ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ଯାଇଥାନ୍ତି । ରେଷ୍ଟୁରାଣ୍ଟରେ ମଧ୍ୟ ସୁଆଦିଆ ଖାଦ୍ୟକୁ ବିିଭିନ୍ନ ଢ଼ଙ୍ଗରେ ଆକର୍ଷିତ କରି ସଜାଯାଇଥାଏ ଯେପରି ତାହା ଖାଇବା ସହ ଦେଖିବାକୁ ମଧ୍ୟ ସୁନ୍ଦର ଲାଗିବ । ଦୁନିଆରେ ଅଲଗା ଅଲଗା ପ୍ରକାରର ରେଷ୍ଟୁରାଣ୍ଟ ରହିଛି ଯାହାର ନିଜର ମଧ୍ୟ ବିଶେଷତ୍ୱ ରହିଛି । ଏହି ରେଷ୍ଟୁରାଣ୍ଟ ଗୁଡ଼ିକରେ ଖାଦ୍ୟକୁ କିଛି ଅଲଗା ଢ଼ଙ୍ଗରେ ଉପସ୍ଥାପିତ କରାଯାଇଥାଏ ।

ୟୁନାଇଟେଡ କିଙ୍ଗଡମରେ ଏମିତି ଏକ ରେଷ୍ଟୁରାଣ୍ଟରେ ଏବେ ଏମିତି ଏକ ଡିସ୍ ପରଷା ଯାଉଛି, ଯାହା ଲୋକଙ୍କୁ ଡରାଉଛି । କାରଣ ପ୍ଲେଟରେ ଦିଆଯାଇଛି ବତକ ବେକ ଯାହାର ନାଁ ରହିଛି ‘ବିକଟୁଫିଟ୍’ । ଏହି ଡିସକୁ ଖାଇବା ଅପେକ୍ଷା ଏହାକୁ ଦେଖି ଲୋକେ ଡରିବାରେ ଲାଗିଛନ୍ତି । ଏବେ ଏହି ଅଜବ ଗଜବ ଡିସର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଲଣ୍ଡନର ହାଇବରୀ ଇଷ୍ଟର ୱେଷ୍ଟର୍ଣ୍ଣ ଲଣ୍ଡ୍ରିନ ରେଷ୍ଟୁରାଣ୍ଟରେ ପରଷା ଯାଉଛି ଏହି ଡିସ୍ । ଏନେଇ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଅଜବ ଡିସ୍ ର ଫଟୋ ଶେୟାର କରିଛି ରେଷ୍ଟୁରାଣ୍ଟ । ଆଉ ଏହା ରେଷ୍ଟୁରାଣ୍ଟର ସ୍ପେଶାଲ ଡିସ୍ ବୋଲି କହିଛି । ଏହାର ଦାମ ପ୍ରାୟ ୧୯୦୦ ଟଙ୍କା ହୋଇଥିବାବେଳେ ଏକ ବତକର ମୁଣ୍ଡ ପ୍ଲେଟରେ ରଖିଥିବାର ଦେଖାଯାଉଛି । ଲୋକେ ଇନଷ୍ଟାଗ୍ରାମରେ ଏହି ପ୍ଲେଟ ରଖାଯାଇଥିବା ବତକ ମୁଣ୍ଡକୁ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି । କିଛି ଲୋକ ଏହାକୁ ସ୍ୱାଦିଷ୍ଟ ବୋଲି ମଧ୍ୟ କହୁଛନ୍ତି ।

Get real time updates directly on you device, subscribe now.