fbpx
BSKY SKY
BSKY SKY

୨ ବର୍ଷର ପୁଅକୁ ଦୁରାରୋଗ୍ୟ ରୋଗ: ସାହାଯ୍ୟ ପାଇଁ ମା’ର ଆକୁଳ ନିବେଦନ [VIDEO]

BSKY

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବୟସ ମାତ୍ର ୨ ମାସ ହେବ କିନ୍ତୁ ଯେଉଁ କଷ୍ଟ ମିଳୁଛି ତାହା କେଉଁ ବଡ଼ ଲୋକ ବି ସମ୍ଭାଳିବା ଅସମ୍ଭବ । କଥାରେ ଅଛି ଗରିବଙ୍କୁ ଦଇବ ସାହା କିନ୍ତୁ ବାସ୍ତବରେ ଏହା ର ରୂପରେଖ ସମ୍ପୂର୍ଣ ଅଲଗା ବରଂ ଗରିବକୁ ନିଜର ଭାଗ୍ୟ ହି ସାହା ସାଭରସା । ଆମେ ଏଭଳି କହିବାର କାରଣ ହେଉଛି ଗରିବ ଲୋକ ନିଜ ରୋଜଗାର ସହ ପରିବାର ପ୍ରତିପୋଷଣ କରିବା କାଠିକର ପାଠ ଏହା ଉପରେ ଯଦି ପରିବାରର କାହାରି ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦିଏ ତାହାଲେ ତାହା ମୁଣ୍ଡରେ ଚଡକ ପଡିଲା ଭଳି ହୁଏ । ୨ ମାସର ଶିଶୁ ପୁତ୍ର ଅଣ୍ଟାରେ ଏତେ ବଡ ଟ୍ୟୁମର ଚିକ୍ରିସା ପାଇଁ ପାଖରେ ନାହିଁ ଅର୍ଥ ବାପା ମା ପିଲାଟି ର ଏତେ କମ ବୟସରୁ ଏଭଳି ଯନ୍ତ୍ରଣା ଦେଖି ସହି ପାରୁନାହାନ୍ତି । ହେଲେ କଣ କରିବେ ଚିକିତ୍ସା ପାଇଁ ଲାଗିବ ଲକ୍ଷ ଲକ୍ଷ ଟଙ୍କା କିନ୍ତୁ ପାଖରେ ନାହିଁ ଖାଇବକୁ । ଘଟଣାଟି ହେଉଛି ରାଉରକେଲା ସହରର ସେକ୍ଟର ୬ ଆନନ୍ଦ ମାର୍ଗ ବସ୍ତି ଅଂଚଳର । ସେକ୍ଟର ୬ ଆନନ୍ଦ ମାର୍ଗ ବସ୍ତି ବାସିନ୍ଦା (ସ୍ୱାମୀ) କଞ୍ଚନ ବଡାଇକ ଓ (ସ୍ତ୍ରୀ) ଅସୁମତି ବଡାଇକ ଙ୍କ ସାନ ପୁଅ ବିକାଶ ବଡାଇକ ଅଣ୍ଟାରେ ହୋଇଛି ଟ୍ୟୁମର ।

ଶିଶୁ ଟିର ଅଣ୍ଟାରେ ଟ୍ୟୁମର ଦିନକୁ ଦିନ ବଢ଼ିବାରେ ଲାଗିଛି । ଅଣ୍ଟାରେ ଟ୍ୟୁମର ଟି ବଡ଼ ହେବା ଯୋଗୁ ଶିଶୁ ପୁତ୍ରର ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ଦିନକୁ ଦିନ ଗୁରୁତର ହେବାକୁ ଲାଗୁଚି । ଯଦି ସମୟ ଥାଇ ଚିକିତ୍ସା ହୋଇ ନପାରିଲେ ଆଗକୁ ଆହୁରି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି । ତେବେ ବିଜୁ ସ୍ୱାସ୍ଥ୍ୟ କାର୍ଡ ପାଇଥିଲେ ମଧ୍ୟ କାମରେ ଆସୁନାହିଁ ଏହି ସ୍ୱାସ୍ଥ୍ୟ କାର୍ଡ । କଟକ ଶିଶୁ ଭବନ ରେ ପିଲାର ଚିକିତ୍ସା ପାଇଁ ଯାଇଥିଲେ କିନ୍ତୁ ଅର୍ଥ ଅଭାବ ଏମିତି ଘରିଲା ଯେ ବାଧ୍ୟ ହୋଇ ପୁଣି ଘରକୁ ଫେରି ଆସିଲେ । ତେବେ ବର୍ତ୍ତମାନ ସରକାରୀ ସହାୟତା ଆଶାରେ କାଞ୍ଚନ ଓ ଅସୁମତି କିଛି ସରକାରୀ ସହାୟତା ମିଳିଲେ ପିଲାଟିର ଚିକିତ୍ସା ହୋଇ ପାରନ୍ତା ଏବଂ ପିଲାଟିର ଜୀବନ ମଧ୍ୟ ବଂଚି ଯାଆନ୍ତା । ଯଦି ସରକାରଙ୍କ ପାଖରେ ଆମର ଏହି ପ୍ରସାରିତ ହୋଇଥିବା ଖବର ପହଞ୍ଚି ପାରିଲା ତେବେ ସରକାର ଏହି ପରିବାର ପ୍ରତି ଟିକେ ସହାନୁଭୂତି ଦେଖାଇବାକୁ ଅନୁରୋଧ କରୁଛି ଆମ ଓଡ଼ିଶା ଭାସ୍କର ଟିମ । ତେବେ ଯଦି ଜନ ସାଧାରଣ ବା କୌଣସି ଘଏଙ ଆପଣମାନେ କୌଣସି ପ୍ରକାର ସହାୟତା ଯୋଗାଇ ପାରିବେ ତାହା ହେଲେ ଏହି ଶିଶୁ ପୁତ୍ରର ଜୀବନ ବଂଚି ଯାଇ ପାରେ ।

Get real time updates directly on you device, subscribe now.