fbpx

ପାଇଖାନା ଟାଙ୍କିରେ ପଡି ଦୁଇ ଶ୍ରମିକଙ୍କ ମୃତ : ଶ୍ୱାସରୁଦ୍ଧ ହେବାରୁ ଘଟିଲା ଅଘଟଣ

ଭୁବନେଶ୍ୱର : ଶିଶୁପାଳଗଡ଼ର ରଘୁନାଥ ନଗରରେ ଘଟିଛି ଏକ ଅଘଟଣ । ପାଇଖାନା ଟାଙ୍କି ସଫା କରିବାକୁ ଯାଇ ପ୍ରଣ ହରାଇଲେ ୨ଜଣ ଶ୍ରମିକ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥ୍ରଲେ ।

ସୂଚନା ଅନୁଯାୟୀ, ଶିଶୁପାଳଗଡ଼ ଗାଁ ଅନ୍ତର୍ଗତ ରଘୁନାଥ ନଗର ଲେନ-୨ରେ ଘଟିଛି ଏକ ଦୂର୍ଘଟଣା । ପ।।ଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣ ମୃତ । ଟାଙ୍କି ସଫା କରିବା ବେଳେ ୨ ଶ୍ରମିକ ପାଇଖାନା ଟାଙ୍କି ମଧ୍ୟରେ ଅଟକି ଯାଇଥିଲେ । ଯାହାଫଲରେ କି ଦୁହିଁଙ୍କର ଶ୍ୱାସ ରୁଦ୍ଧ ହୋଇଯାଇଥଲା । ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀ ତୁରନ୍ତ ଘଟଣା ସ୍ଥଳକୁ ଆସିଥିଲେ । ଟାଙ୍କି ଭିତରୁ ଦୁହିଁଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ ।

ପରବର୍ତ୍ତୀ ସମୟରେ ଡାକ୍ତର ଦୁହିଁଙ୍କୁୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ପୋଲିସ ତଦାରଖ ଆରମ୍ଭ କରି ସାରିଛି ।

Get real time updates directly on you device, subscribe now.