fbpx

IGNOU ପକ୍ଷରୁ ନିଯୁକ୍ତି: ଟାଇପିଷ୍ଟ ଓ ଷ୍ଟେନୋଗ୍ରାଫର ପଦ ପାଇଁ ବିଜ୍ଞପ୍ତି ପ୍ରକାଶ

Advertisement

ଚାକିରି ଖୋଜୁଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଇନ୍ଦିରା ଗାନ୍ଧି ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ପକ୍ଷର ଅନେକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥୀଙ୍କୁ ଜୁନିୟର ଆସିଷ୍ଟାଣ୍ଟ କମ୍ ଟାଇପିଷ୍ଟ ଓ ଷ୍ଟେନୋଗ୍ରାଫର ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଏଥିପାଇଁ ଜାନୁଆରୀ ମାସ ୧ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୨୧ ତାରିଖରେ ସମାପ୍ତ ହେବ । ପ୍ରାର୍ଥୀମାନେ ୨୨ରୁ ୨୫ ତାରିଖ ମଧ୍ୟରେ ସେମାନଙ୍କର ଆପ୍ଲିକେସନ ଫର୍ମ ସଂଶୋଧନ କରିପାରିବେ । ପରବର୍ତ୍ତୀ ସମୟରେ ୱେବସାଇଟ୍ ଜରିଆରେ ପ୍ରାର୍ଥୀଙ୍କୁ ପରୀକ୍ଷା ତାରିଖ ବାବଦରେ ସୂଚିତ କରାଇ ଦିଆଯିବ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ)ର ଶିଡ୍ୟୁଲ ମୁତାବକ ପ୍ରାର୍ଥୀମାନେ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।

ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ଯୋଗ୍ୟତା ୧୮ ବର୍ଷ ରହିଥିବା ବେଳେ ଜୁନିୟର ଆସିଷ୍ଟାଣ୍ଟ କମ୍ ଟାଇପିଷ୍ଟ ପାଇଁ ସର୍ବାଧିକ ବୟସ ଯୋଗ୍ୟତା ୨୭ ବର୍ଷ ଓ ଷ୍ଟେନୋଗ୍ରାଫର ପାଇଁ ୩୦ ବର୍ଷ ରହିଛି । ବୟସ କୋହଳ ନିୟମ ମୁତାବକ ନିର୍ଦ୍ଧାରଣ କରାଯିବ । ଅଣସଂରକ୍ଷିତ (ୟୁଆର) ଓ ଅନ୍ୟ ପଛୁଆ ବର୍ଗ (ଓବିସି) ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ ୧୦୦୦ ଟଙ୍କା ରହିଥିବା ବେଳେ ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ଆର୍ଥିକ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ), ମହିଳା ଓ ପିଡବ୍ଲ୍ୟୁବିଡି ପ୍ରାର୍ଥୀଙ୍କ ପାଇଁ ୬୦୦ ଟଙ୍କା ରହିଛି ।

ନୋଟିଫିକେସନ ଲିଙ୍କ: https://exams.nta.ac.in/CUREC/images/IGNOU.pdf

Get real time updates directly on you device, subscribe now.