fbpx
BSKY
BJD SHG SKY
BJD MC SKY

UCC ଡ୍ରାଫ୍ଟକୁ କ୍ୟାବିନେଟ ମଞ୍ଜୁରୀ: ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡ ଲାଗୁ କରିବ, ଏହା ଲାଗୁହେଲେ କ’ଣ ସବୁ ବଦଳିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉତ୍ତରାଖଣ୍ଡ କ୍ୟାବିନେଟରେ ସମାନ ନାଗରିକ ସଂହିତା (ୟୁସିସି) ଡ୍ୟାଫ୍ଟକୁ ମଞ୍ଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସମେତ କ୍ୟାବିନେଟ ମନ୍ତ୍ରୀମାନେ ଏହି ବିଲ ଉପରେ ଚର୍ଚ୍ଚା କରିଥିଲେ । ଆସନ୍ତା ୫ ତାରିଖରେ ରାଜ୍ୟ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ୬ ତାରିଖରେ ଏହାକୁ ଆଗତ କରାଯିବ ବୋଲି ଜଣାପଡ଼ିଛି ।

ଗତ ଶନିବାର ଦିନ ଅନୁଷ୍ଠିତ ହୋଇଥିବା ବୈଠକରେ ୟୁସିସି ଉପରେ ଚର୍ଚ୍ଚା ହୋଇ ପାରିନଥିଲା । ସେଥିପାଇଁ ଡ୍ରାଫ୍ଟକୁ ଆଜି କ୍ୟାବିନେଟ ବୈଠକରେ ଚର୍ଚ୍ଚା ପାଇଁ ରଖାଯାଇଥିଲା । ଉତ୍ତରାଖଣ୍ଡରେ ୟୁସିସି ଲାଗୁ କରିବା ପାଇଁ ଜୋରଦାର ଭାବେ ପ୍ରୟାସ ଜାରି ରହିଛି । ଏପରି ସ୍ଥିତିରେ ଉତ୍ତରାଖଣ୍ଡର ପ୍ରଥମ ରାଜ୍ୟ ଭାବେ ୟୁସିସି ଲାଗୁ କରିବାକୁ ଯାଉଛି । ରାଜ୍ୟରେ ୟୁସିସି ଲାଗୁ କରିବା ନେଇ ୟୁସିସି କମିଟି ଅଧ୍ୟକ୍ଷ ଜଷ୍ଟିସ ରଞ୍ଜନା ପ୍ରକାଶ ଦେସାଈ କମିଟିର ସଦସ୍ୟଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କୁ ୟୁସିସି ରିପୋର୍ଟ ପ୍ରଦାନ କରିଛନ୍ତି । ଗତ ୨୦୨୨ ମସିହା ମେ ମାସ ୨୭ ତାରିଖରେ ରାଜ୍ୟ ସରକାର ପାଞ୍ଚ ଜଣିଆ କମିଟି ଗଠନ କରିଥିଲେ ।

ୟୁସିସି ଡ୍ରାଫ୍ଟ ମୁତାବକ, ଯୁବତୀଙ୍କ ବିବାହ ବୟସ ୧୮ ଓ ଯୁବକଙ୍କ ବିବାହ ବୟସ ୨୧ ବର୍ଷ ହେବ । ବିବାହ ପଞ୍ଜିକରଣ ବାଧ୍ୟତାମୂଳକ ହେବ । ପତି-ପତ୍ନୀ ଉଭୟଙ୍କ ପାଇଁ ତଲାକର ସମାନ କାରଣ ଓ ଆଧାର ଉପଲବ୍ଧ ହେବ । ପତ୍ନୀ ଜୀବିତ ଥାଇ ଦ୍ୱିତୀୟ ବିବାହ ମନା । ବହୁବିବାହ ଉପରେ ରୋକ ଲାଗିବ । ଉତ୍ତରାଧିରରେ ପୁଅ-ଝିଅଙ୍କୁ ସମାନ ଅଧିକାର ମିଳିବ । ଲିଭ-ଇନ-ରିଲେସନଶିପରେ ଘୋଷଣାପତ୍ର ଆବଶ୍ୟକ ହେବ । ଅନୁସୂଚିତ ଜନଜାତି (ଏସଟି) ଲୋକମାନେ ଏହି ପରିଧିରୁ ବାହାରେ ରହିବେ ।

Get real time updates directly on you device, subscribe now.