fbpx

OSSC ପକ୍ଷରୁ ସୂଚନା ଜାରି: CGL ଗ୍ରୁପ-ବି ଓ ଗ୍ରୁପ-ସି ପଦର ପରୀକ୍ଷା ତାରିଖ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସସି) ପକ୍ଷରୁ ଅନେକ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । କିଛି ପଦ ପାଇଁ ଅନଲାଇନ୍ ଆବେଦନ ଚାଲିଥିବା ବେଳେ ଆଉ କିଛି ପଦ ପାଇଁ ପ୍ରିଲିମିନାରୀ ପରୀକ୍ଷା, ମୁଖ୍ୟ ପରୀକ୍ଷା ଓ ଡକ୍ୟୁମେଣ୍ଟ ଯାଞ୍ଚ ପ୍ରକ୍ରିୟା ଚାଲିଛି । ତେବେ ଏହା ମଧ୍ୟରେ ଓଏସଏସସି ପକ୍ଷରୁ ପୁଣି ଆସିଛି ଏକ ଅପଡେଟ୍ ।

ଓଏସଏସସି ପକ୍ଷରୁ ଜାରି ବିଜ୍ଞପ୍ତି ମୁତାବକ, ଗ୍ରୁପ-ବି ଓ ଗ୍ରୁପ-ସି ସ୍ପେଶାଲିଷ୍ଟ ପଦ / ସେବା- ୨୦୨୨ ପାଇଁ ମିଳିତ ସ୍ନାତକସ୍ତରୀୟ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଫେବୃଆରୀ ମାସ ୧୩ ଓ ୧୫ ତାରିଖରେ ଗୋଟିଏ ଶିଟିଂରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଏହି ପରୀକ୍ଷାର ଏକ ପ୍ରୋଗ୍ରାମ ଓଏସଏସସିର ଅଫିସିଆଲ ୱେବସାଇଟରେ ଉପଲବ୍ଧ ଅଛି ।

ଆକାଉଣ୍ଟସର ଆସିଷ୍ଟାଣ୍ଟ ପଦ ପାଇଁ ଅବଜେକ୍ଟିଭ୍ ଟାଇପ୍ ପ୍ରଶ୍ନ ଆସିବ । ଦୁଇଟି ପେପରରେ ପ୍ରାର୍ଥୀଙ୍କୁ ୨୦୦ ମାର୍କର ପରୀକ୍ଷା ଦେବାକୁ ପଡ଼ିବ । ଦ୍ୱିପ୍ରହର ୨ଟାରୁ ୪.୩୦ ପର୍ଯ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଆସିଷ୍ଟାଣ୍ଟ ଫୋଡର ଡେଭଲପଣ୍ଟ ଅଫିସର ପଦ ଉଭୟ ଅବଜେକ୍ଟିଭ ଓ ଏମସିକ୍ୟୁ ଟାଇପର ପ୍ରଶ୍ନ ଆସିବ । ସିନିୟର ଲାବୋରେଟୋରୀ ଆସିଷ୍ଟାଣ୍ଟ ପଦ ପାଇଁ ପ୍ରାର୍ଥୀଙ୍କୁ ୨୦୦ ମାର୍କର ପରୀକ୍ଷା ଦେବାକୁ ପଡ଼ିବ । ସେହିପରି ମାର୍କେଟ ଇଣ୍ଟେଲିଜେନ୍ସ ଇନ୍ସପେକ୍ଟର ପଦ ପାଇଁ ମଧ୍ୟ ୨୦୦ ମାର୍କର ପରୀକ୍ଷା ଦେବାକୁ ପଡ଼ିବ । ଉପରୋକ୍ତ ପ୍ରଥମ ଦୁଇଟି ପଦର ପରୀକ୍ଷା ୧୩ରେ ଓ ଅନ୍ୟ ଦୁଇଟି ପଦର ପରୀକ୍ଷା ୧୫ ତାରିଖରେ ଅନୁଷ୍ଠିତ ହେବ ।

Get real time updates directly on you device, subscribe now.