fbpx
BSKY
BJD SHG SKY
BJD YOUTH SKY

Airtel Recharge Plan: ଏହି ଦୁଇଟି ରିଚାର୍ଜ ପ୍ଲାନରେ ଗ୍ରାହକଙ୍କୁ ମିଳିବ ଅନେକ ଫାଇଦା

ନୂଆଦିଲ୍ଲୀ: ଟେଲିକମ୍ ଦୁନିଆର ଦ୍ୱିତୀୟ ବୃହତ୍ତମ କମ୍ପାନୀ ହେଉଛି ଏୟାରଟେଲ କମ୍ପାନୀ। ନିଜ ଗ୍ରାହକଙ୍କ ପାଇଁ ଅନେକ ସୁବିଧା ସହିତ OTT ପ୍ରିପେଡ୍ ଯୋଜନା ରଖିଛି ଏୟାରଟେଲ । ଯଦି ଆପଣ ଗୋଟିଏ ରିଚାର୍ଜ ପ୍ଲାନରେ ଅଧିକ ଲାଭ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏୟାରଟେଲ ଏକ ଦମଦାର ଅଫର ଆଣିଛି।

ସୂଚନା ଅନୁଯାୟୀ, ବର୍ତ୍ତମାନ ଏୟାରଟେଲ ପକ୍ଷରୁ ଗ୍ରାହକଙ୍କୁ ଏକ ବିଶେଷ ଉପହାର ଦିଆଯିବ। ଏୟାରଟେଲରେ ପ୍ରିପେଡ୍ ଯୋଜନାରେ ଏୟାରଟେଲ୍ ପ୍ରିପେଡ୍ ଗ୍ରାହକ ନେଟଫ୍ଲିକ୍ସ ଏବଂ ଡିଜନି + ହଟଷ୍ଟାରର ମାଗଣା ମେମ୍ୱରସିପ୍ ପାଇପାରିବେ । ତେଣୁ ଏହାକୁ ନେଇ ଏୟାରଟେଲ ତା’ର ଆଗାମୀ ପ୍ରିପେଡ୍ ଯୋଜନାରେ ବଡ଼ ପରିବର୍ତ୍ତନ କରିଛି । ଯେଉଁଥିରେ ଦୀର୍ଘ ବୈଧତା ସହିତ ଦୁଇଟି ଯୋଜନା OTT ସୁବିଧା ସହିତ ଉପଲବ୍ଧ ହେବ । ଏହି ଦୁଇଟି ଯୋଜନାର ବୈଧତା ୮୪ ଦିନ ପର୍ୟ୍ୟନ୍ତ ଆପଣ ଲାଭ ଉଠାଇପାରିବେ । ଏହି ଯୋଜନାରେ ଅସୀମିତ ଭଏସ୍ କଲିଂ ଏବଂ ଅସୀମିତ 5G ଡାଟା ଭଳି ସୁବିଧା ଗ୍ରାହକଙ୍କ ପାଇଁ ରଖାଯାଇଛି।

ମାଗଣା ଡିଜନି + ହଟଷ୍ଟାର(Disney+ Hotstar):-
୮୪ ଦିନର ପୂର୍ଣ୍ଣ ବୈଧତା ସହିତ ଏହି ପ୍ଲାନ ମାତ୍ର ୮୬୯ ଟଙ୍କାରେ ଆପଣ ପାଇପାରିବେ । ଯେଉଁଥିରେ ଆପଣଙ୍କୁ ଦୈନିକ 2GB ଇଣ୍ଟରନେଟ ସୁବିଧା ମିଳିବ । ଏହା ବ୍ୟତୀତ, ସମସ୍ତ ନେଟୱାର୍କକୁ ପ୍ରତିଦିନ ୧୦୦ ଟି SMS ଆପଣ ପଠାଇପାରିବେ । କେବଳ ସେତିକି ନୁହେଁ ଅସୀମିତ କଲିଂର ଲାଭ ଆପଣ ନେଇପାରିବେ । ଏହି ପ୍ଲାନରେ ୩ ମାସ ପାଇଁ ଡିଜନି + ହଟଷ୍ଟାର (Disney+ Hotstar) ସବସ୍କ୍ରିପସନ୍ ସୁବିଧା ମିଳୁଛି ।

୧,୪୯୯ ଟଙ୍କାର ପ୍ଲାନ:-
ଏୟାରଟେଲର ଏହି ପ୍ଲାନରେ ଆପଣ ୮୪ ଦିନର ବୈଧତା ପାଇବେ । ଯେଉଁଥିରେ ପ୍ରତ୍ୟେକ ଦିନ 3GB ଇଣ୍ଟରନେଟ ଡାଟା, ଅସୀମିତ ଭଏସ୍ କଲିଂ ସହିତ ଆପଣ ପ୍ରତିଦିନ ୧୦୦ SMS ମଧ୍ୟ ପାଇବେ । ଏହି ପ୍ଲାନର ବୈଧତା ଅବଧି ପାଇଁ ନେଟଫ୍ଲିକ୍ସ ମେମ୍ୱରସିପ୍ ମିଳିଥାଏ ।

Get real time updates directly on you device, subscribe now.