fbpx

(Video) ଉଦୟପୁର ହତ୍ୟାକାଣ୍ଡରେ ୨ ଅଭିଯୁକ୍ତ ଗିରଫ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ଦେଇଥିଲେ ହତ୍ୟା ଧମକ

ନୂଆଦିଲ୍ଲୀ: ବିଜେପିରୁ ବହିଷ୍କାର ହୋଇଥିବା ବିଜେପି ମୁଖପାତ୍ର ନୁପୁର ଶର୍ମାଙ୍କୁ ମିଳିଛି ଅନେକ ଲୋକଙ୍କ ସମର୍ଥନ । କିନ୍ତୁ ରାଜସ୍ଥାନର ଉଦୟପୁରରେ ଜଣେ ବ୍ୟକ୍ତିଙ୍କୁ ଏହି ମାମଲାରେ ହତ୍ୟା କରାଯାଇଥିଲା । ମୃତକଙ୍କ ୮ ବର୍ଷର ଝିଅର ଭୁଲ ହେତୁ ଏହି ହତ୍ୟାକାଣ୍ଡର ଖୁଲାସା ହୋଇଛି । ବର୍ତ୍ତମାନ ଏହି ପ୍ରସଙ୍ଗରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋଟ୍ ଶାନ୍ତି ବଜାୟ ରଖିବା ପାଇଁ ସମସ୍ତ ଦଳକୁ ନିବେଦନ କରିଛନ୍ତି ଏବଂ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଉଦୟପୁରର ନଗର ଧାନ ମଣ୍ଡି ପୋଲିସ ଷ୍ଟେସନ ବାସିନ୍ଦା କାନହୟାଲାଲ ତେଲିଙ୍କ ଗଳା କାଟି ହତ୍ୟା କରାଯାଇଥିଲା । ମୃତ ବ୍ୟକ୍ତି ଜଣକ ସୁପ୍ରିମ ଟେଲର ନାମରେ ଏକ ଦୋକାନ ଚଳାଉଥିଲେ । ମଙ୍ଗଳବାର ଦିନ ଦୁଇଜଣ ଆକ୍ରମଣକାରୀ ତାଙ୍କ ଦୋକାନରେ ମାପ ଦେବା ବାହାନାରେ ବାଇକରେ ଆସି ଦୋକାନରେ ପଶିଥିଲେ ।  ବ୍ୟକ୍ତି ଜଣକ କିଛି କରିବା ପୂର୍ବରୁ ଅପରାଧୀମାନେ ଆକ୍ରମଣ କରିଥିଲେ ।

ମିଳିଥିବା ସୂଚନା ଅନୁଯାୟୀ, ନୁପୁର ଶର୍ମାଙ୍କ ସମର୍ଥନରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରାଯାଇଥିଲା । ଯାହା ପରେ ଟେଲରଙ୍କୁ ଧମକ ଦିଆଯାଉଥିଲା  । ଏ ସମ୍ପର୍କରେ ପୋଲିସକୁ ମଧ୍ୟ ଅଭିଯୋଗ କରାଯାଇଥିଲା । ଏହି କାରଣରୁ ମୃତ ବ୍ୟକ୍ତି ୬ ଦିନ ଧରି ଦୋକାନ ଖୋଲି ନଥିଲେ । ଉଭୟ ଅଭିଯୁକ୍ତ ପଳାତକ ଥିବା କୁହାଯାଉଛି । ସମଗ୍ର ଅଞ୍ଚଳରେ ସୁରକ୍ଷା ବାହିନୀ ନିୟୋଜିତ କରାଯାଇଛି ।

ଅନ୍ୟପଟେ ହତ୍ୟା କରିଥିବା ଆକ୍ରମଣକାରୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ସେ ହତ୍ୟା ବିଷୟରେ ଉଲ୍ଲେଖ କରିବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା କରିବାକୁ ଧମକ ଦେଉଥିଲେ । ଏହି ଘଟଣା ପରେ ଆସନ୍ତା ୨୪ ଘଣ୍ଟା ପାଇଁ ଉଦୟପୁରରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି ବୋଲି ପୋଲିସ କହିଛି ।

Get real time updates directly on you device, subscribe now.