fbpx

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଉଦ୍ଧବ ଠାକରେ

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତି ରୋଚକମୋଡ଼ ସ୍ଥିତିରେ ପହଞ୍ଚିଛି । ଆସନ୍ତାକାଲି ଫ୍ଲୋର ଟେଷ୍ଟ ହେବା ନେଇ ସୁପ୍ରିମକୋର୍ଟ ଶୁଣାଣି କରିବା ପରେ ମହାରାଷ୍ଟ୍ର ସରକାରଙ୍କୁ ଲାଗିଥିଲା ଝଟକା । ଫଳରେ ସବୁଆଡ଼ୁ ନିରାଶ ହୋଇ ଶେଷରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ଉଦ୍ଧବ ଠାକରେ । ଫ୍ଲୋର ଟେଷ୍ଟକୁ ନେଇ ତାଙ୍କର କୌଣସି ମତଲବ ନାହିଁ ବୋଲି ଉଦ୍ଧବ ଫେସବୁକ୍ ଲାଇଭରେ ଆସି କହିଛନ୍ତି ।

ଏହି ଅବସରରେ ଉଦ୍ଧବ କହିଛନ୍ତି, ମୁଁ ବିଧାନ ପରିଷଦ ସଭ୍ୟ ପଦରୁ ଇସ୍ତଫା ଦେଉଛି । ମୋ ପାଖରେ ଶିବସେନା ରହିଛି, ଏହାକୁ ମୋଠାରୁ କେହି ଛଡ଼େଇ ନେଇ ପାରିବେ ନାହିଁ । ସର୍ବୋଚ୍ଚ ଅଦାଲତ ଫ୍ଲୋର ଟେଷ୍ଟ ପାଇଁ ରାୟ ଶୁଣାଇଛନ୍ତି । ଆସନ୍ତା କାଲି ସକାଳ ୧୧ଟାରେ ଫ୍ଲୋର ଟେଷ୍ଟ ହେବା ନେଇ ସମୟ ଧାର୍ଯ୍ୟ ହୋଇଛି । ଫ୍ଲୋର ଟେଷ୍ଟ ପରେ ମୁଁ ପରବର୍ତ୍ତୀ ରଣନୀତି ନିର୍ଦ୍ଧାରଣ କରିବି ।

ଏହି ଅବସରରେ ଉଦ୍ଧବ ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ମନ୍ତ୍ରିମଣ୍ଡଳରୁ କଂଗ୍ରେସ ବାହାରିବା ନେଇ ପ୍ରୟାସ କରୁଛି । ଫ୍ଲୋର ଟେଷ୍ଟକୁ ନେଇ ମୋର କୌଣସି ମତଲବ ନାହିଁ କି ରୁଚି ନାହିଁ । କାହା ପାଖରେ କେତେ ସଂଖ୍ୟା ରହିଛି, ସେଥରେ ମୋର କୌଣସି ମତଲବ ନାହିଁ । ଯେଉଁମାନଙ୍କୁ ମୁଁ ବଡ଼ କରିଥିଲି, ସେଇମାନଙ୍କ ପାପକର୍ମ ଆଜି ମୁଁ ଭୋଗୁଛି । ତେବେ ଉଦ୍ଧବଙ୍କ ଇସ୍ତଫା ପରେ ସଞ୍ଜୟ ରାଉତ କହିଛନ୍ତି ଏହା ଅଗ୍ନି ପରୀକ୍ଷାର ସମୟ ।

Get real time updates directly on you device, subscribe now.