fbpx

ରାଜ୍ୟର କୌଣସି ସରକାରୀ ସ୍କୁଲରେ ନାହାନ୍ତି ସ୍ପେଶାଲ ଏଜୁକେଟର: କେନ୍ଦ୍ର ସରକାର ଜାରି କଲେ UDISE Plus Report

Advertisement

ନୂଆଦିଲ୍ଲୀ: ରାଜ୍ୟର କୌଣସି ଗୋଟିଏ ହେଲେ ବି ସ୍କୁଲରେ ନାହାନ୍ତି ସ୍ପେଶାଲ ଏଜୁକେଟର । ଫଳରେ ପାଠପଢ଼ାର ଉପଯୁକ୍ତ ପରିବେଶ ନପାଇ ରାଜ୍ୟରେ ବଢ଼ିଚାଲିଛି ଦିବ୍ୟାଙ୍ଗଙ୍କ ଡ୍ରପ୍ ଆଉଟ୍ ହାର । ପୂର୍ବରୁ ଏନେଇ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ହେଁ ତାହା ଏଯାବତ କାର୍ଯ୍ୟକାରୀ ହୋଇନାହିଁ ।

ତେବେ ଏହା ମଧ୍ୟର ସାମ୍ନାକୁ ଆସିଛି କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରଯାଇଥିବା ୨୦୨୦-୨୧ ବର୍ଷର ୟୁନିଫାଏଡ୍ ଡିଷ୍ଟ୍ରିକ୍ଟ ଇନଫରମେସନ ସିଷ୍ଟମ ଫର୍ ଏଜୁକେସନ (ୟୁଡିଆଇଏସଇ) ପ୍ଲସ ରିପୋର୍ଟ । ଏହି ରିପୋର୍ଟ ମୁତାବକ, ରାଜ୍ୟରେ ମୋଟ ୧ ଲକ୍ଷ ୩ ହଜାର ୫୮ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଆଡମିସନ କରିଛନ୍ତି ।

ତେବେ ସେମାନଙ୍କ ମଧ୍ୟରୁ ପ୍ରଥମରୁ ପଞ୍ଚମରେ ୪୫ ହଜାର ୧୮ ଛାତ୍ରଛାତ୍ରୀ ନାମ ଲେଖାଉଥିବା ବେଳେ ଷଷ୍ଠରୁ ଅଷ୍ଟମ ବେଳକୁ ଏହି ସଂଖ୍ୟା ୩୭ ହଜାର ୩୭୧ରେ ପହଞ୍ଚିଛି । ସେହିପରି ନବମ, ଦଶମ ବେଳକୁ ଏହା ୨୦ ହଜାର ୩୩୫ ଓ ଯୁକ୍ତ ଦୁଇ ବେଳକୁ ଏହା ହ୍ରାସ ପାଇ ୩୩୪ରେ ପହଞ୍ଚୁଛି । ତେବେ ସ୍ପେଶାଲ ଶିକ୍ଷକ ନିଯୁକ୍ତିର ଅଭାବ କାରଣରୁ ଏଭଳି ସ୍ଥିତି ଦେଖିବାକୁ ପଡ଼ୁଛି ବୋଲି ଜଣାପଡ଼ିଛି । ଯେଉଁ ସରକାରୀ ସ୍କୁଲରେ ସ୍ପେଶାଲ ଏଜୁକେଟର ଅଛନ୍ତି ସେଠାକୁ ପିଲା ଯାଉଥିବା ବେଳେ ଅନ୍ୟ ସ୍ଥାନରେ ପିଲାଙ୍କର ପାଠପଢ଼ାରେ ଡୋରି ବନ୍ଧା ହେଉଥିବା ଦେଖାଯାଉଛି ।

Get real time updates directly on you device, subscribe now.